ଭୁବନେଶ୍ୱର,୧୫ ଜୁଲାଇ (ହି.ସ)- ଗୁରୁ ଦେବପ୍ରସାଦ ଦାସଙ୍କ ୩୯ତମ ପୂଣ୍ୟତିଥି ଅବସରରେ ତ୍ରିଧାରା ଦ୍ୱାରା ଓ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ସହଯୋଗରେ ୩୯ତମ ଶ୍ରଦ୍ଧାଞ୍ଜଳି ସମାରୋହ୨୦୨୫ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଉଦଘାଟିତ ହୋଇଯାଇଛି। ଦୁଇଦିନଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ସମୁଦାୟ ୧୦୦୦ରୁ ଅଧିକ କଳାକାର ଓ ୭୦ରୁ ଅଧିକ ଅନୁଷ୍ଠାନ ଅଂଶ ଗ୍ରହଣ କରୁଛନ୍ତି । ଏହି ଉତ୍ସବ ଆୟୋଜନ କରିବାର ମୂଳ ଉଦ୍ଦେଶ୍ୟ ଗୁରୁ ଦେବପ୍ରସାଦ ଦାସଙ୍କ ପୂଣ୍ୟତିଥିରେ ଗୁରୁଜୀଙ୍କ ନୃତ୍ୟ ଶୈଳୀରେ ଓଡିଶାର ବିଭିନ୍ନ ଅନୁଷ୍ଠାନ ଓ ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରି ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ।
ପୂର୍ବାହ୍ନଉଦଘାଟନୀ ଅଧିବେଶନରେ ଅଂଶଗ୍ରହଣ କରିଥିବା ଅନୁଷ୍ଠାନ ଗୁଡିକ ହେଲା ତ୍ରିଧାରା(ଭୁବନେଶ୍ୱର),ନୃତ୍ୟାୟନ (ଖୋର୍ଦ୍ଧା), ସରଞ୍ଚନା (ବ୍ରହ୍ମପୁର),ତ୍ରିଶକ୍ତି ଡ୍ୟାନ୍ସ ଏକାଡେମୀ (ହିଞ୍ଜିଳୀକୁଟ), ଉତ୍କଳିକା ସଂଗୀତ ଏକାଡେମୀ (ନିରାକାରପୁର),ନୃତ୍ୟପ୍ରଣାମ ଡାନ୍ସ ଏକାଡେମୀ (ନୟାଗଡ),ଓଡିଶୀ ନୃତ୍ୟାୟନ (ବ୍ରହ୍ମପୁର),ବିଦ୍ୟା ଅନୁଷ୍ଠାନ (କଟକ), ଶ୍ରୀ ମା ଓଡିଶୀ ନୃତ୍ୟ କେନ୍ଦ୍ର (ଢେଙ୍କାନାଳ), ଉତ୍କଳିକା କଳା ନିକେତନ (ବ୍ରହ୍ମପୁର),ଗେହ୍ଲା ମା କଳା ନିକେତନ (ବୌଦ୍ଧ),ସନ୍ଧ୍ୟା କଳା ବିକାଶ କେନ୍ଦ୍ର (ଭୁବନେଶ୍ୱର), ମୋକ୍ଷ୍ୟ (ଭୁବନେଶ୍ୱର) ଏବଂ ଲକ୍ଷ୍ୟ ମଞ୍ଜରୀ କଳା କେନ୍ଦ୍ର (କୁଚୀପୁଡ଼ୀ)।
ଅପରାହ୍ନ ଅଧିବେଶନରେ ଅଂଶଗ୍ରହଣ କରିଥିବା ଅନୁଷ୍ଠାନ ଗୁଡିକ ହେଲା ମିରାମ୍ବିକ ଫାଇନ ଆର୍ଟ ଆଣ୍ଡ ମ୍ୟୁଜିକ କଲେଜ (ଚାନ୍ଦବାଲି),କଳା ବିକାଶ କେନ୍ଦ୍ର (ବୁର୍ଲା), ତ୍ରିନେତ୍ର କଳା କୁଞ୍ଜ (ଚୌଦ୍ୱାର), ନୃତ୍ୟଞ୍ଜଳି ଡ୍ୟାନ୍ସ ଗୃପ (କଟକ), ମୃଦୁଗୁଞ୍ଜନ ଡ୍ୟାନ୍ସ ଅନୁଷ୍ଠାନ (ଭୁବନେଶ୍ୱର), ଗନ୍ଧର୍ବ କଳା ପରିଷଦ (ଭୁବନେଶ୍ୱର), ଅଙ୍ଗାହାର ନୃତ୍ୟାୟନ (ବ୍ରହ୍ମପୁର), ନଟରାଜ କଳା ମନ୍ଦିର (ଫୁଲବାଣୀ), ନୃତ୍ୟଙ୍କିତା (ଭୁବନେଶ୍ୱର),ସୌରବାଣୀ କଳା ମନ୍ଦିର (ଦିଲ୍ଲୀ) ଏବଂ ଜ୍ୟୋତି କଳା ମନ୍ଦିର (ଭୁବନେଶ୍ୱର) ।
ସନ୍ଧ୍ୟା ଅଧିବେଶନ ପ୍ରାରମ୍ଭରେ ସମ୍ମାନିତ ଅତିଥି ଭାବେ ଓଡିଶାର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗମନ୍ତ୍ରୀ ବିଭୁତି ଭୂଷଣ ଜେନା; ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି;ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଇଲିଆନା ଚିତାରିଷ୍ଟିଓ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡକ୍ଟରଗଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରଥମେ ଶ୍ରଦ୍ଧାଞ୍ଜଳି ସମାରୋହ ୨୦୨୫ରେ ଅଂଶଗ୍ରହଣ କରିଥିବା ନୃତ୍ୟ ଅନୁଷ୍ଠାନର ଗୁରୁ ତଥା ବିଶିଷ୍ଟ କଳାକାରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରଯାଇଥିଲା ।
ସନ୍ଧ୍ୟା ଅଧିବେଶନର ପ୍ରଥମ ପ୍ରସ୍ତୁତିରେ ଥିଲାଜୟରାମ ଯାହାକୁ ପରିବେଷଣ କରିଥିଲେ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀମାନେ । ପରେ ପରେ ଅଂଶଗ୍ରହଣ କରିଥିବା ନୃତ୍ୟଶିଳ୍ପୀ ଓ ନୃତ୍ୟ ଅନୁଷ୍ଠାନ ଗୁଡିକ ହେଲେଗୁରୁ ଜ୍ୟୋତି ରାଉତ (ଆମେରିକା), ଆର୍ଟ ଭିଜନ (ଭୁବନେଶ୍ୱର), ନୃତ୍ୟ ବିଲାଶ (ଭୁବନେଶ୍ୱର), ବିଦୁଷୀ କବିତା ମିଶ୍ର (କୋଲକାତା), ଦେବସୁତ ଡ୍ୟାନ୍ସ ଏକାଡେମୀ (ରାଞ୍ଚୀ), ବିଦୁଷୀ ଅତସୀ ମିଶ୍ର (ଦିଲ୍ଲୀ), ନୃତ୍ୟାଧାରା (ବିଳାଶପୁର), ସାଇ ସ୍ମୃତି କଳା କେନ୍ଦ୍ର (ଭୁବନେଶ୍ୱର) ଏବଂ ଦେବଧାରା (ଦିଲ୍ଲୀ) ।
କାର୍ଯ୍ୟକ୍ରମଟିକୁସଂଯୋଜନା ତ୍ରିଧାରା ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ଡକ୍ଟରଗଜେନ୍ଦ୍ର କୁମାର ପଣ୍ଡା ଓ ସହକାରୀ ନିର୍ଦ୍ଦେଶକ ପ୍ରଭୁତୋଷ ପଣ୍ଡା କରିଥିଲା ବେଳେ ପୂଣ୍ୟ ଦର୍ଶନ ସାହୁ ଓ ଋତୁପର୍ଣ୍ଣା ମହାପାତ୍ର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା