ବିଧାନସଭାରେ କିଛି ଘଂଟାର ବିତର୍କ ପରେ, ଡ୍ରାଫ୍ଟକୁ ପଠାଗଲା ଚୟନ କମିଟିକୁ
ଚଣ୍ଡିଗଡ଼, ଜୁଲାଇ ୧୫ (ହି.ସ.)- ରାଜ୍ୟରେ ଘଟୁଥିବା ଅପମାନ ଘଟଣାରେ କଠୋର ଦଣ୍ଡ ପାଇଁ ପଞ୍ଜାବ ସରକାର ବିଧାନସଭାରେ ଆଗତ କରିଥିବା ବିଲ୍ ପାରିତ ହୋଇପାରିଲା ନାହିଁ। ଗୃହରେ କିଛି ଘଂଟା ଆଲୋଚନା ପରେ, ବିଧାନସଭା ବିଲ୍ଟିକୁ ଚୟନ କମିଟିକୁ ପଠାଇଲା। ଏବେ ଏହି ବିଲ୍ ପରବର୍ତୀ ଅଧିବେଶନରେ ଆଗତ କରାଯିବ।
ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ସମୟରେ, ସୋମବାର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ 'ପଞ୍ଜାବ ପବିତ୍ର ଶାସ୍ତ୍ର ବିରୁଦ୍ଧରେ ଅପରାଧ ନିବାରଣ ବିଲ୍ -୨୦୨୫' ଆଗତ କରିଥିଲେ। ବିରୋଧୀଙ୍କ ଦାବିରେ, ବାଚସ୍ପତି ମଙ୍ଗଳବାର ଏହି ବିଲ୍ ଉପରେ ଆଲୋଚନା ଆରମ୍ଭ କରିଥିଲେ। ଗୃହରେ ବିତର୍କ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରତାପ ବାଜୱା କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ଭଗବନ୍ତ ମାନ ଏବଂ ଆପ ସୁପ୍ରିମୋ ଅରବିନ୍ଦ କେଜରିୱାଲ ୨୪ ଘଂଟା ମଧ୍ୟରେ ଧର୍ମ ଅପମାନର ଦୋଷୀଙ୍କୁ ଦଣ୍ଡ ଦେବାକୁ ଘୋଷଣା କରିଥିଲେ, କିନ୍ତୁ ଆଜି ୨୭ ହଜାର ୪୫୬ ଘଂଟା ଅର୍ଥାତ୍ ୧୧୪୪ ଦିନ ପରେ ସରକାର ଗୃହରେ ଏହି ବିଲ୍ ଆଣିଛନ୍ତି। ବାଜୱା କହିଛନ୍ତି ଯେ କଂଗ୍ରେସ ସରକାର ସମୟରେ ୨୦୧୮ ମସିହାରେ ସମାନ ଏକ ବିଲ୍ ପାସ୍ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ