ଅମିତାଭ ବଚ୍ଚନଙ୍କ ସ୍ୱରରେ କେବିସି 17ର ପ୍ରୋମୋ ରିଲିଜ୍
ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ କେବଳ ସିନେମାରେ ନୁହେଁ ବରଂ ଟେଲିଭିଜନ ଜଗତରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ପ୍ରତିଷ୍ଠିତ କୁଇଜ୍ ଶୋ'' ''କୌନ୍ ବନେଗା କରୋଡ଼ପତି'' ପ୍ରତ୍ୟେକ ସିଜିନରେ ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଛି
ଅମିତାଭ ବଚ୍ଚନଙ୍କ ସ୍ୱରରେ କେବିସି 17ର ପ୍ରୋମୋ ରିଲିଜ୍


ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ କେବଳ ସିନେମାରେ ନୁହେଁ ବରଂ

ଟେଲିଭିଜନ ଜଗତରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ପ୍ରତିଷ୍ଠିତ କୁଇଜ୍

ଶୋ' 'କୌନ୍ ବନେଗା

କରୋଡ଼ପତି' ପ୍ରତ୍ୟେକ ସିଜିନରେ

ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଛି। ଏବେ ଏହି ଶୋ' ଏହାର ନୂତନ ସିଜିନ୍ 'କୌନ୍ ବନେଗା କରୋଡ଼ପତି 17' ସହିତ ପୁନରାଗମନ କରୁଛି। ବିଶେଷ କଥା ହେଉଛି ଯେ ଏଥର ମଧ୍ୟ ଶୋ'କୁ ହୋଷ୍ଟ ନିଜେ ଅମିତାଭ ବଚ୍ଚନ କରୁଥିବାର ନଜର ଆସିବେ। ନିକଟରେ ଶୋ'ର ପ୍ରୋମୋ ରିଲିଜ୍ କରାଯାଇଛି, ଯାହାକୁ ଦେଖି

ପ୍ରଶଂସକମାନେ ବହୁତ ଉତ୍ସାହିତ ଏବଂ ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଆଲୋଚନା ହେଉଛି। ଏବେ

ଦର୍ଶକ ଅପେକ୍ଷା କରିଛନ୍ତି ସେହି ଦିନକୁ ଯେତେବେଳେ ବିଗ୍ ବି ପୁଣି ଥରେ ହଟ୍ ସିଟ୍ ଉପରେ ତାଙ୍କ

ଶୈଳୀରେ କହିବେ, ଦେବୀଓଁ ଏବଂ

ସଜ୍ଜନଗଣ, ସ୍ୱାଗତ ଆପଣଙ୍କୁ।'କୌନ୍ ବନେଗା କରୋଡ଼ପତି 17'ର ପୁନରାଗମନ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। ଏହି ଲୋକପ୍ରିୟ

କୁଇଜ୍ ଶୋ’ ୧୧ ଅଗଷ୍ଟ, ୨୦୨୫ରୁ ପ୍ରତି

ସୋମବାରରୁ ଶୁକ୍ରବାର ରାତି ୯ଟାରେ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଏବଂ ସୋନି ଲିଭରେ

ପ୍ରସାରିତ ହେବ। ଏଥର ମଧ୍ୟ ଶୋର ମେଗାଷ୍ଟାର ଅମିତାଭ ବଚ୍ଚନ ହୋଷ୍ଟ କରୁଥିବାର ନଜର ଆସିବେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande