ଛତିଶଗଡ଼ର ଭିଲାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ପୁଅ ଚୈତନ୍ୟଙ୍କ ଘର ଉପରେ ଇଡିର ଚଢାଉ
ରାୟପୁର, ୧୮ ଜୁଲାଇ (ହି.ସ.)- ଛତିଶଗଡ଼ର ଭିଲାଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୂପେଶ ବଘେଲ ଏବଂ ତାଙ୍କ ପୁଅ ଚୈତନ୍ୟ ବଘେଲଙ୍କ ଘର ଉପରେ ଚଢାଉ କରିଛି। ସକାଳ ୬ଟାରେ ବଘେଲଙ୍କ ବାସଭବନରେ ଇଡିର ପ୍ରାୟ ୧୨ ଜ
ଛତିଶଗଡ଼ର ଭିଲାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ପୁଅ ଚୈତନ୍ୟଙ୍କ ଘର ଉପରେ ଇଡିର ଚଢାଉ


ରାୟପୁର, ୧୮ ଜୁଲାଇ (ହି.ସ.)- ଛତିଶଗଡ଼ର ଭିଲାଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସକାଳେ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୂପେଶ ବଘେଲ ଏବଂ ତାଙ୍କ ପୁଅ ଚୈତନ୍ୟ ବଘେଲଙ୍କ

ଘର ଉପରେ ଚଢାଉ କରିଛି। ସକାଳ ୬ଟାରେ ବଘେଲଙ୍କ ବାସଭବନରେ ଇଡିର ପ୍ରାୟ ୧୨ ଜଣ ଅଧିକାରୀ ପହଞ୍ଚିଛନ୍ତି।

ସେମାନଙ୍କ ସହିତ ବହୁ ସଂଖ୍ୟକ ସିଆରପିଏଫ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ସରକାରୀ ସୂତ୍ରର

କହିବାନୁସାରେ ୨୧୬୧ କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

କରାଯାଉଛି। ଭୂପେଶ ବଘେଲ ଏକ୍ସରେ ଲେଖିଛନ୍ତିଇଡି ପହଞ୍ଚିଛି। ଆଜି ବିଧାନସଭା

ଅଧିବେଶନର ଶେଷ ଦିନ। ଆଦାନୀଙ୍କ ପାଇଁ ତମନାରରେ ଗଛ କଟାଯିବା ପ୍ରସଙ୍ଗ ଆଜି ଉଠାଇବାର ଥିଲା। ଭିଲାଇ

ବାସଭବନରେ ସାହେବ ଇଡି ପଠାଇଛନ୍ତି।କଂଗ୍ରେସ ଏହି

ଚଢାଉକୁ ନିଶ୍ଚିତ କରି ଏହାର ସରକାରୀ ଗୃପରେ ସେୟାର କରିଛନ୍ତି। ଇଡିର ଟିମ ବର୍ତ୍ତମାନ ବଘେଲର ଭିଲାଇ

ସ୍ଥିତ ବାସଭବନରେ ଉପସ୍ଥିତ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande