ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ହେବ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ, 18 ଜୁଲାଇ (ହି.ସ.)-କେନ୍ଦ୍ର ସରକାର ୨୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନ ପূର୍ବରୁ, ଅର୍ଥାତ ୨୦ ଜୁଲାଇ, ରବିବାର ଦିନ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଅଧିବେଶନକୁ ସୁଚାରୁ ଭାବରେ ଚାଲାଇବା ପାଇଁ ଏହି ବୈଠକ ଡକାଯାଇଛି। ଔପଚାରିକ ସୂଚନା
ପାର୍ଲାମେଂଟ


ନୂଆଦିଲ୍ଲୀ, 18 ଜୁଲାଇ (ହି.ସ.)-କେନ୍ଦ୍ର ସରକାର ୨୧

ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନ ପূର୍ବରୁ,

ଅର୍ଥାତ ୨୦ ଜୁଲାଇ, ରବିବାର ଦିନ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଅଧିବେଶନକୁ ସୁଚାରୁ ଭାବରେ ଚାଲାଇବା ପାଇଁ ଏହି

ବୈଠକ ଡକାଯାଇଛି।

ଔପଚାରିକ ସୂଚନା ଅନୁଯାୟୀ,

ସଂସଦ ଭବନ ଏନେକ୍ସିର ପ୍ରମୁଖ ବୈଠକ କକ୍ଷରେ

ପୂର୍ବାହ୍ନ ୧୧ ଟାରୁ ଆୟୋଜିତ ସର୍ବଦଳୀୟ ବୈଠକରେ ଉଭୟ ସଦନର ଫ୍ଲୋର ଲିଡରମାନଙ୍କୁ ଆମନ୍ତ୍ରିତ କରାଯାଇଛି।

ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କରିବେ। ବୈଠକରେ ସରକାର ସମସ୍ତ ଦଳ

ସମ୍ମୁଖରେ ଆଗାମୀ ମୌସୁମୀ ଅଧିବେଶନ ଏଜେଣ୍ଡା ପ୍ରସ୍ତୁତ କରିବ।

ସଂସଦର ମୌସୁମୀ ଅଧିବେଶନ ୨୧

ଜୁଲାଇରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ପ୍ରସ୍ତାବିତ ଅଟେ। ଏଥିରେ ମୋଟ ୨୧ଟି ବୈଠକ ହେବ। ୧୨ ରୁ ୧୮

ଅଗଷ୍ଟ ପର୍ଯ୍ୟନ୍ତ କୌଣସି ବୈଠକ ହେବ ନାହିଁ। ଏଥିରେ ସାତଟି ପଡିରହିଥିବା ବିଧେୟକକୁ ବିଚାର ଓ

ପାରିତ କରିବା ପାଇଁ ସୂଚିବଦ୍ଧ କରାଯାଇଛି। ଆଠଟି ବିଧେୟକକୁ ପୁନଃଥାପନ,

ବିଚାର ଓ ପାରିତ କରିବା ପାଇଁ ସୂଚିବଦ୍ଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande