ଚଣ୍ଡିଗଡ, 18 ଜୁଲାଇ (ହି.ସ.)- ପଞ୍ଜାବ ପୁଲିସ୍
ଅମୃତସର ଅବସ୍ଥିତ ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼ାଇଦେବା ଧମକ ଦେବା ଅଭିଯୋଗରେ ହରିୟାଣାର
ଫରିଦାବାଦରୁ ଜଣେ ସଫ୍ଟୱେୟାର ଇଞ୍ଜିନିୟରକୁ ଗିରଫ କରିଛି । ଅଭିଯୁକ୍ତଙ୍କ ପରିଚୟ ଫରିଦାବାଦ ବାସିନ୍ଦା
ଶୁଭମ୍ ଦୁବେ ବୋଲି ଜଣାପଡିଛି । ପୁଲିସ କମିଶନର ଗୁରପ୍ରୀତ ସିଂହ ଭୁଲ୍ଲର ଏହି ସୂଚନା
ଦେଇଛନ୍ତି।
ଅମୃତସର ପୁଲିସ କମିଶନର
ଗୁରପ୍ରୀତ ସିଂହ ଭୁଲ୍ଲର ଶୁକ୍ରବାର କହିଛନ୍ତି ଯେ, ଗତ 14, 15 ଓ 16 ଜୁଲାଇ ତାରିଖରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ ସମିତିକୁ ଇମେଲ୍ ଦ୍ୱାରା
ଦରବାର ସାହିବକୁ ବୋମାରେ ଉଡ଼ାଇବା ପାଇଁ ଧମକ ମିଳିଥିଲା। ଏହି ଇମେଲ୍ରେ ଦରବାର ସାହିବ ସହିତ
ଦିଲ୍ଲୀର କିଛି ବିଦ୍ୟାଳୟ ଓ ତାମିଲନାଡୁର କେତେକ ସଂସ୍ଥା ସଂକ୍ରାନ୍ତରେ ଉଲ୍ଲେଖ ମଧ୍ୟ ଥିଲା।
ଭୁଲ୍ଲର କହିଛନ୍ତି ଯେ ତଦନ୍ତରେ
ତାମିଲନାଡୁର କେତେକ ଅଧିକାରୀ ମଧ୍ୟ ପଞ୍ଜାବ ପୁଲିସର ସମ୍ପର୍କରେ ଅଛନ୍ତି। ଏପରି ଅନେକ ଇ-ମେଲ୍
ପୂର୍ବରୁ ତାମିଲନାଡୁରେ ମଧ୍ୟ ସର୍କୁଲେଟ୍ ହୋଇଥିଲା। ଏହି ଇ-ମେଲ୍ରେ ଦ୍ରାବିଡ ମୁନେତ୍ର କଝଗମ୍
ଓ ଦକ୍ଷିଣ ରାଜ୍ୟର ଲୋକମାନଙ୍କ ନାମ ବ୍ୟବହାର କରାଯାଇଛି।
ପୁଲିସ କମିଶନର କହିଛନ୍ତି ଯେ
ଧରାପଡ଼ିଥିବା ଅଭିଯୁକ୍ତ ଶୁଭମ୍ ଦୁବେ ଜଣେ ସଫ୍ଟୱେୟାର ଇଞ୍ଜିନିୟର, ଯିଏ ଦୁଇଟି କମ୍ପାନୀରେ କାମ କରିବା ପରେ ବର୍ତ୍ତମାନ ବେକାର ଅଛନ୍ତି। ଏହି ମାମଲାରେ ପୁଲିସ
କିଛି ପ୍ରଯୁକ୍ତିଗତ ପ୍ରମାଣ ମଧ୍ୟ ପାଇଛି। ପଚରାଉଚରା ସମୟରେ ଯଦି ତାଙ୍କ ସଂଲିପ୍ତତା ପ୍ରମାଣିତ
ହୁଏ, ତେବେ ତାଙ୍କୁ ଗିରଫ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା