ଲଦ୍ଦାଖ, 18 ଜୁଲାଇ (ହି.ସ.)-କେନ୍ଦ୍ର ଶାସିତ ଅଂଚଳ
ଲଦ୍ଦାଖର ନୂତନ ଉପରାଜ୍ୟପାଳ ଭାବେ ଶୁକ୍ରବାର କବିନ୍ଦର ଗୁପ୍ତା ଶପଥ ଗ୍ରହଣ କରିଛନ୍ତି। ରାଜ
ନିବାସରେ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ହାଇକୋର୍ଟର ମୁଖ୍ୟ ନ୍ୟାୟଧୀଶ ଅରୁଣ ପଲ୍ଲି ତାଙ୍କୁ ପଦ ଓ
ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟ ସଚିବ
ପବନ କୋତୱାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଗୁପ୍ତାଙ୍କ ନିଯୁକ୍ତିର ୱାରେଂଟ ପଢି
ଶୁଣାଇଥିଲେ।
ସେ କେନ୍ଦ୍ରଶାସିତ ଅଞ୍ଚଳର
ତୃତୀୟ ଉପରାଜ୍ୟପାଳ ଏବଂ ବ୍ରିଗେଡିୟର ବି.ଡି. ମିଶ୍ରାଙ୍କ ସ୍ଥାନ ନେଇଛନ୍ତି,
ଯିଏ ୧୯ ଫେବୃଆରୀ ୨୦୨୪ ରେ କେନ୍ଦ୍ରଶାସିତ ଅଞ୍ଚଳର
ଉପରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ମିଶ୍ରା ଆର.କେ. ମାଥୁରଙ୍କ ସ୍ଥାନ ନେଇଥିଲେ।
୨୦୧୯ ରେ ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ କରାଯିବା ପରେ
ଆର.କେ. ମାଥୁରଙ୍କୁ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା