ଗଂଜାମ, 21 ଜୁଲାଇ (ହି.ସ.)
ଗଂଜାମ ଜିଲା ଆସିକା ନିକଟସ୍ଥ ଋଷିକୂଲ୍ୟା ନଦୀରୁ ପାଣି ଉଠାଇବାକୁ ଏକ ଅଟୋରେ ଗତକାଲି ସଂଧ୍ୟାରେ 11ଜଣ କାଉଡିଆ ଯାଉଥିବା ବେଳେ ବୁରୁପଡାଠାରେ ଅଟୋଟି ଓଲଟିବା ଫଳରେ ସେଥିରେ ଥିବା 11ଜଣ କାଉଡିଆ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ଅନ୍ୟମାନଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ