ଅମରନାଥ ଯାତ୍ରା: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ 3,700ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ ନୂତନ ଦଳ ପ୍ରସ୍ଥାନ
ଜମ୍ମୁ21ଜୁଲାଇ (ହି.ସ.)- କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ 3,700 ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ ନୂତନ ଦଳ ସୋମବାର ଦିନ ଦକ୍ଷିଣ କାଶ୍ମୀର ହିମାଳୟରେ ଅବସ୍ଥିତ ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଉଭୟ ଆଧାର ଶିବିର ପାଇଁ ଜମ୍ମୁରୁ ପ୍ରସ୍ଥାନ କରିଛି। 3ଜୁଲାଇ ରେ ଯାତ୍ରା ଆରମ
ଅମରନାଥ ଯାତ୍ରା: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ 3,700ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ ନୂତନ ଦଳ ପ୍ରସ୍ଥାନ


ଜମ୍ମୁ21ଜୁଲାଇ (ହି.ସ.)- କଡ଼ା

ସୁରକ୍ଷା ବ୍ୟବସ୍ଥା ମଧ୍ୟରେ 3,700 ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ ନୂତନ ଦଳ ସୋମବାର ଦିନ

ଦକ୍ଷିଣ କାଶ୍ମୀର ହିମାଳୟରେ ଅବସ୍ଥିତ ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଉଭୟ ଆଧାର ଶିବିର ପାଇଁ ଜମ୍ମୁରୁ

ପ୍ରସ୍ଥାନ କରିଛି। 3ଜୁଲାଇ ରେ ଯାତ୍ରା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ 3 ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ 3,880 ମିଟର ଉଚ୍ଚ ମନ୍ଦିରରେ ଭଗବାନ ଶିବଙ୍କପ୍ରାକୃତିକ ଭାବରେ ଗଠିତ ହିମଲିଙ୍ଗକୁ ଦର୍ଶନ

କରିଛନ୍ତି।ଅଧିକାରୀମାନେ କହିଛନ୍ତି ଯେ ସିଆରପିଏଫ ଏବଂ ପୋଲିସ କର୍ମୀଙ୍କ ସୁରକ୍ଷାରେ 3791

ତୀର୍ଥଯାତ୍ରୀଙ୍କ ଦଳ ଯେଉଁଥିରେ 3,067 ପୁରୁଷ, 522 ମହିଳା, 9 ଜଣ ଶିଶୁ, 192 ସାଧୁ ଓ ସାଧ୍ୱୀ ଏବଂ ଜଣେ ଟ୍ରାନ୍ସଜେଣ୍ଡରଙ୍କ ସାମିଲ

ଅଛନ୍ତି ଆଜି ସକାଳ 3.33 ସମୟରୁ 4.06 ସମୟ ମଧ୍ୟରେ 148 ଟି ଯାନରେ ଜମ୍ମୁର ଭଗବତୀନଗର ଆଧାର

ଶିବିରରୁପ୍ରସ୍ଥାନ କରିଛି। ସେ କହିଛନ୍ତି ଯେ

ପ୍ରଥମ ତୀର୍ଥଯାତ୍ରୀ କାଫିଲା ୫୨ଟି ଗାଡ଼ିରେ ୧,୨୦୮ ଜଣ

ତୀର୍ଥଯାତ୍ରୀଙ୍କୁ ନେଇ ଗାନ୍ଦରବଲ ଜିଲ୍ଲାର ୧୪ କିଲୋମିଟର ଲମ୍ବା ଛୋଟ କିନ୍ତୁ ଅଧିକ ଗଡାଣିଆ

ଥିବା ବାଲତାଲ ମାର୍ଗକୁ ଯାତ୍ରା କରିଥିଲେ, ଯାହା ପରେ 96ଟି ଗାଡିରେ 2,583 ତୀର୍ଥଯାତ୍ରୀଙ୍କ

ଦ୍ୱିତୀୟ କାଫିଲା ଅନନ୍ତନାଗ ଜିଲ୍ଲାର ୪୮

କିଲୋମିଟର ଲମ୍ବା ପାରମ୍ପରିକ ପହଲଗାମ ମାର୍ଗ

ଦେଇ ଯାତ୍ରା କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande