ବ୍ୟାଙ୍କ ଠକେଇ ମାମଲାରେ ସାତବର୍ଷ ହେଲା ଫେରାର୍ ମହିଳାକୁ ସିବିଆଇ କଲା ଗିରଫ
ନୂଆଦିଲ୍ଲୀ, ୨୧ ଜୁଲାଇ(ହି.ସ.) – କେନ୍ଦ୍ର ଅନ୍ୱେଷଣ ବ୍ୟୁରୋ(ସିବିଆଇ) ସାତ ବର୍ଷ ହେଲା ଫେରାର୍ ବ୍ୟାଙ୍କ ଠକେଇ ଅଭିଯୁକ୍ତ ମହିଳାଙ୍କୁ ବାଙ୍ଗାଲୁରରୁ ଗିରଫ କରିଛି। ସିବିଆଇ ଏହାର ଗିରଫ ପାଇଁ ଆଧୁନିକ ଟେକ୍‌ନିକ ଏବଂ ଟ୍ରାକିଂ ସିଷ୍ଟମର ସାହାଯ୍ୟ ନେଇଛି ଏବଂ ଏହି ସଫଳତା ହାସିଲ କରିଛି। ସିବିଆଇ ଅଭିଯୁକ୍
ବ୍ୟାଙ୍କ ଠକେଇ ମାମଲାରେ ସାତବର୍ଷ ହେଲା ଫେରାର୍ ମହିଳାକୁ ସିବିଆଇ କଲା ଗିରଫ


ନୂଆଦିଲ୍ଲୀ, ୨୧ ଜୁଲାଇ(ହି.ସ.) – କେନ୍ଦ୍ର ଅନ୍ୱେଷଣ ବ୍ୟୁରୋ(ସିବିଆଇ) ସାତ ବର୍ଷ ହେଲା ଫେରାର୍ ବ୍ୟାଙ୍କ ଠକେଇ ଅଭିଯୁକ୍ତ ମହିଳାଙ୍କୁ ବାଙ୍ଗାଲୁରରୁ ଗିରଫ କରିଛି। ସିବିଆଇ ଏହାର ଗିରଫ ପାଇଁ ଆଧୁନିକ ଟେକ୍‌ନିକ ଏବଂ ଟ୍ରାକିଂ ସିଷ୍ଟମର ସାହାଯ୍ୟ ନେଇଛି ଏବଂ ଏହି ସଫଳତା ହାସିଲ କରିଛି। ସିବିଆଇ ଅଭିଯୁକ୍ତ ମହିଳାକୁ କୋର୍ଟରେ ହାଜିର କରିଛି, ଯେଉଁଠାରୁ ତାକୁ ନ୍ୟାୟିକ ହାଜତରେ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ସିବିଆଇ ଗୋଟିଏ ମାମଲା ୨୦୦୯ରେ ରୁଜୁ କରିଥିଲା। ଏଥିମଧ୍ୟରୁ ମାଣ୍ଡ୍ୟା(କର୍ଣ୍ଣାଟକ)ର ସିଣ୍ଡିକେଟ୍ ବ୍ୟାଙ୍କର ତତ୍କାଳୀନ ଶାଖା ପ୍ରବନ୍ଧକ ଅସଦୁଲ୍ଲାହ ଖାନ ଏବଂ ଆଠ ଅନ୍ୟ ଲୋକଙ୍କ ଉପରେ ଠକେଇ ଏବଂ ଷଡ଼ଯନ୍ତ୍ର ଅଭିଯୋଗ ଥିଲା। ଅଭିଯୋଗ ଯେ ଏହି ଲୋକମାନେ ମିଶି ବ୍ୟାଙ୍କକୁ ୧୨.୬୩ କୋଟି ଟଙ୍କାର କ୍ଷତି ପହଂଚିଥିଲା। ଯାଂଚ ପରେ ସିବିଆଇ ଏହି ମାମଲାରେ ଅଭିଯୁକ୍ତ ନସରୀନ ତାଜକୁ ୧୯ ଜୁଲାଇକୁ ବାଙ୍ଗାଲୁରରୁ ଗିରଫ କରିଥିଲା। ସିବିଆଇ ଅନୁଯାୟୀ ନସରୀନ ନିଜ ପରିଚୟ ଲୁଚାଇବା ପାଇଁ ନିଜ ନାମ ବଦଳାଇ ସଲମା କରିନେଇଥିଲା। ଏହାସହ ବାରମ୍ବାର ଠିକଣା ବଦଳାଇ ରହୁଥିଲା। ସିବିଆଇ ତାଙ୍କୁ ଡିଜିଟାଲ ନିଶାନ ଖୋଜି ବାଙ୍ଗାଲୁରରେ ତାଙ୍କ ଲୋକେଶନ ଜାଣିପାରିଥିଲେ। ସିବିଆଇ ଅଭିଯୁକ୍ତ ନସରୀନକୁ କୋର୍ଟରେ ହାଜିର କରାଯାଇଥିଲା, ଯେଉଁଠାରୁ ତାକୁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande