ଭାରତୀୟ ନୌସେନା ଜାତୀୟ ଶକ୍ତି, କୂଟନୀତି ଏବଂ ସାମୁଦ୍ରିକ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି : ଭାଇସ୍ ଆଡ଼ମିରାଲ ଦେଶମୁଖ
କଲିକତା, ୨୧ ଜୁଲାଇ (ହି.ସ.) – ଭାରତୀୟ ନୌସେନା ଆଉ କେବଳ ଏକ ସାମରିକ ଶକ୍ତି ନୁହେଁ ବରଂ ଜାତୀୟ ଶକ୍ତି, କୂଟନୈତିକ ପ୍ରୟାସ ଏବଂ ଆଂଚଳିକ ସ୍ଥିରତାର ପ୍ରକ୍ଷେପଣରେ ଏକ ନିର୍ଣ୍ଣାୟକ ଉପକରଣ । ସୋମବାର କଲିକତାରେ ଗାର୍ଡ଼େନ ରିଚ୍ ସିପ୍ ବିଲଡର୍ସ ଆଣ୍ଡ ଇଂଜିନିୟରସ୍ ଲିମିଟେଡ଼ (ଜିଆରଏସଇ) ଦ୍ୱାରା ନିର୍ମିତ ଅ
ଭାରତୀୟ ନୌସେନା ଜାତୀୟ ଶକ୍ତି, କୂଟନୀତି ଏବଂ ସାମୁଦ୍ରିକ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି : ଭାଇସ୍ ଆଡ଼ମିରାଲ ଦେଶମୁଖ


କଲିକତା, ୨୧ ଜୁଲାଇ (ହି.ସ.) – ଭାରତୀୟ ନୌସେନା ଆଉ କେବଳ ଏକ ସାମରିକ ଶକ୍ତି ନୁହେଁ ବରଂ ଜାତୀୟ ଶକ୍ତି, କୂଟନୈତିକ ପ୍ରୟାସ ଏବଂ ଆଂଚଳିକ ସ୍ଥିରତାର ପ୍ରକ୍ଷେପଣରେ ଏକ ନିର୍ଣ୍ଣାୟକ ଉପକରଣ । ସୋମବାର କଲିକତାରେ ଗାର୍ଡ଼େନ ରିଚ୍ ସିପ୍ ବିଲଡର୍ସ ଆଣ୍ଡ ଇଂଜିନିୟରସ୍ ଲିମିଟେଡ଼ (ଜିଆରଏସଇ) ଦ୍ୱାରା ନିର୍ମିତ ଅଷ୍ଟମ ଏବଂ ଅନ୍ତିମ ସବମେରିନ୍ ଆଂଟି-ସବମେରିନ୍ ଯୁଦ୍ଧଯାହାଜ ଅଜୟର ଶୁଭାରମ୍ଭ ଉତ୍ସବରେ ଭାରତୀୟ ନୌସେନା ମୁଖ୍ୟ ଭାଇସ୍ ଆଡ଼ମିରାଲ କିରଣ ଦେଶମୁଖ ଏହା କହିଛନ୍ତି ।

ଭାଇସ୍ ଆଡ଼ମିରାଲ ଦେଶମୁଖ କହିଛନ୍ତି ଯେ, ବିଶ୍ୱସ୍ତରୀୟ ପ୍ରତିଯୋଗିତା, ସମ୍ବଳ ଉପରେ ନିୟନ୍ତ୍ରଣ ଏବଂ ସାମୁଦ୍ରିକ ସୁରକ୍ଷା ସହିତ ଜଡ଼ିତ ବଢ଼ୁଥିବା ବିପଦ ମଧ୍ୟରେ ଭାରତୀୟ ନୌସେନାର ଭୂମିକା କ୍ରମଶଃ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିଛି । ସେ କହିଛନ୍ତି ଯେ, ବିଶ୍ୱ ବାଣିଜ୍ୟର ୮୦ ପ୍ରତିଶତ ଭାରତ ମହାସାଗର ଅଂଚଳ ଦେଇ ହୋଇଥାଏ ଏବଂ ଏହି ପରିସ୍ଥିତିରେ ଭାରତକୁ ସାମୁଦ୍ରିକ ସୁରକ୍ଷା ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଏବଂ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ (ଏଚଏଡିଆର) କାର୍ଯ୍ୟରେ ଏକ ଆଗଧାଡ଼ିର ପ୍ରତିକ୍ରିୟାକାରୀର ଭୂମିକା ଗ୍ରହଣ କରିବାକୁ ପଡ଼ିବ ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande