କୋରେଇ, ୨୧ ଜୁଲାଇ (ହି.ସ.) - ପାଣିକୋଇଲି ଅଳତିରିସ୍ଥିତ ମା ମହାଲକ୍ଷ୍ମୀପୀଠରେ ଶ୍ରାବଣମାସର ପ୍ରଥମ ସୋମବାର ଅବସରରେ ଏକ ସନ୍ଥ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । କର୍ତା ଦେବଦତ ରାୟ ଓ ଗାୟତ୍ରୀ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାବା ଉଦୟନାଥ ପର୍ବତ, ଆନନ୍ଦ ରାଜ, ହରିଓଁ ବାବା, ବଂଶୀ ବାବା, କାହ୍ନା ବାବା, ବ୍ରଜବାବା, ନାଗବତା ବାବାଙ୍କ ନେତୃତ୍ୱରେ ୨୫ମୂର୍ତି ସାଧୁସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଇତ୍ୟବସରରେ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ ମଧ୍ୟ କରାଯାଇଥିଲା । ଆଗାମୀ ଦିନରେ କିପରି ମା ଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ସେ ନେଇ ସମସ୍ତଙ୍କ ମତାମତ ସହ ଆଲୋଚନା କରାଯାଇଥିଲା । ଏହି ଅବସରରେ ଏକ ନୂଆ କଥା ଦେଖିବାକୁ ମିଳିଥିଲା । ସାଧୁସନ୍ଥ ଭିକ୍ଷା ଗ୍ରହଣ କରିବା ପରିବର୍ତେ ସେମାନେ ମନ୍ଦିର ନିର୍ମାଣ ପାଇଁ ନିଜର ସମର୍ଥ ଅନୁଯାୟୀ ଭିକ୍ଷା ପ୍ରଦାନ କରିଥିଲେ । କର୍ତା ଓ କର୍ତି ମନ୍ଦିର ନିର୍ମାଣ ନିମନ୍ତେ ଭିକ୍ଷା କରିବାକୁ ପରାମଶଁ ଦେଇଥିଲେ । ତଦନୁଯାୟୀ ଆଜି ବିରଜା କ୍ଷେତ୍ରରୁ ଶ୍ରୀ କ୍ଷେତ୍ର ମନ୍ଦିର ନିର୍ମାଣ ପାଇଁ ଭିକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି । ଦେବଦତ ରାୟଙ୍କ ଦ୍ୱାରା ସାଧୁସ୍ଥଙ୍କ ସହଯୋଗରେ ଚାଲି ଚାଲି ସମସ୍ତଙ୍କ ଠାରୁ ଭିକ୍ଷା କାର୍ଯ୍ୟ ଚାଲୁରହିଛି । ଏହି କାର୍ଯ୍ୟ ଶ୍ରୀକ୍ଷେତ୍ର ବଡଦାଣ୍ଡ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି । ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ