ଶ୍ରାବଣ ଦ୍ୱିତୀୟ ସୋମବାର ଶିବାଳୟରେ କାଉଡିଆଙ୍କ ଜଳାଭିଷେକ
ଜୟପୁର, ୨୧ ଜୁଲାଇ (ହି.ସ.) - ଆରମ୍ଭ ହୋଇଯାଇଛି ପବିତ୍ର ଶ୍ରାବଣ ମାସ। ବୋଲବମ, ହରହର ବମ ଧ୍ୱନିରେ ପ୍ରକମ୍ପିତ ହୋଇଛି ସହର ଓ ଏହାର ଆଖପାଖ ଅଂଚଳ। ମାନସିକଧାରୀ କାଉଡିଆ ଏବଂ ଶ୍ରଦ୍ଧାଳୁମାନେ ଶିବଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି। ଝିପି ଝିପି ବର୍ଷା ସତ୍ୱେ ସହରର ଭୁତନାଥ ମନ୍ଦିର, ପଂଚାନନ ମନ୍ଦିର, ବ
ଶ୍ରାବଣ ଦ୍ବିତୀୟ ସୋମବାର ଶିବାଳୟରେ କାଉଡିଆଙ୍କ ଜଳାଭିଷେକ


ଜୟପୁର, ୨୧ ଜୁଲାଇ (ହି.ସ.) - ଆରମ୍ଭ ହୋଇଯାଇଛି ପବିତ୍ର ଶ୍ରାବଣ ମାସ। ବୋଲବମ, ହରହର ବମ ଧ୍ୱନିରେ ପ୍ରକମ୍ପିତ ହୋଇଛି ସହର ଓ ଏହାର ଆଖପାଖ ଅଂଚଳ। ମାନସିକଧାରୀ କାଉଡିଆ ଏବଂ ଶ୍ରଦ୍ଧାଳୁମାନେ ଶିବଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି। ଝିପି ଝିପି ବର୍ଷା ସତ୍ୱେ ସହରର ଭୁତନାଥ ମନ୍ଦିର, ପଂଚାନନ ମନ୍ଦିର, ବୈଦନାଥ ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିର, ପାରାବେଡା ଶିବି ମନ୍ଦିର, ଗାଗନାପୁର ଶିବ ମନେଇର, କୋରାପୁଟ ଘାଟିର ଅର୍ଦ୍ଧନାରୀଶ୍ୱର ଏବପ୍ସ ହଟକେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡି ଜମିଥିଲା। କାଉଡିଆମାନେ ବୋଲମୋବ ନାରା ଦେଇ ବିଭିନ୍ନ ନଦୀରୁ ପାଣି ନେଇ ଶିବଙ୍କ ଉପରେ ପାଣି ଢାଳିଛନ୍ତି।

ଗୁପ୍ତେଶ୍ୱର ପୀଠରେ ପ୍ରଥମ ସୋମବାରରେ ସେତେଟା ଭିଡ ଦେଖିବାକୁ ମିଳିନଥିବା ବେଳେ ଦ୍ୱିତୀୟ ସୋମବାରରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ କରିବାକୁ ଜୟପୁର ବ୍ଲକ ପାତ୍ରପୁଟ କୋଲାବ ବ୍ରିଜ ନିକଟ ନଦୀରୁ ଜଳ ସଂଗ୍ରହ କରିଥିଲେ କାଉଡିଆମାନେ। ସେଠାରେ ପୂଜାର୍ଚ୍ଚନା କରିବା ପରେ କାଉଡିଯାତ୍ରାରେ ଗୁପ୍ତେଶ୍ୱର ଯାଇଥିଲେ। କାଉଡିଆ ମାନଙ୍କୁ ସେବା ଯୋଗାଇଦେବା ନିମନ୍ତେ ରାସ୍ତା କଡରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ବଂଟନ କରାଯାଉଥିଲା। ସେମିଳିଗୁଡାର ହରିଓଁ ସେବା ମଣ୍‌ତଳ ପକ୍ଷରୁ ସ୍ଥାନୀୟ ରାମଗିରି ନିକଟରେ ଗତ ୧୩ ବର୍ଷ ହେଲା କାଉଡିଆମାନଙ୍କୁ ସେବା ଯୋଗାଇ ଆସୁଥିବା ଏହି ଦଳ ଚଳିତ ବର୍ଷ ମଧ୍ୟ ୪ରୁ ୫ହଜାର ଲୋକଙ୍କ ନିମନ୍ତେ ଚାହା, ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଥିଲେ। ଆସନ୍ତା ସୋମବାର ତୃତୀୟ ସୋମବାର ମଧ୍ୟ ଅଧିକ ଭିଡ ରହିବ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande