ଜୟପୁର, ୨୧ ଜୁଲାଇ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ କଙ୍ଗା ଏକଲବ୍ୟ ବିଦ୍ୟାଳୟ ପରିସରେ ଇକୋ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ଚାଟାର୍ଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୟପୁର ବନଖଣ୍ତ ଅଧିକାରୀ ପ୍ରତାପ ବେହେରା ଏସିଏଫ ଡ. ଅମିତ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରିଥିଲେ। ଏହି ଅବସରରେ ଶ୍ରୀ ବେହେରା ଛାତ୍ର ଛାତ୍ରୀମାନଙ୍କୁ ବୃକ୍ଷରୋପଣର ଉପକାରିତା ବିଷୟରେ ଆଲୋକପାତ କରିଥିବା ବେଳେ ଶ୍ରୀ ଅମିତ ଗୋଟିଏ ଛାତ୍ରକୁ ଗୋଟିଏ ଗଛ ଏହିପରି ଗଛ ଲଗାଇବା ପରେ ଯତ୍ନ ନେଲେ ଆଗାମୀ ଦିନରେ ସୁସ୍ଥ ପରିବେଶ ସୃଷ୍ଟି ହେବ ବୋଲି ଆଲୋକ ପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କ ସମେତ ବନବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି