ମନରେଗା କାର୍ଯ୍ୟରେ ଦୁର୍ନୀତିର ଚରମ ସୀମା ଲଘୁଛି କୋରୁକୋଣ୍ଡା ବ୍ଲକ, ଶ୍ରମିକଙ୍କ ଫଟୋ ବଦଳରେ ଅପଲୋଡ଼ ହେଉଛି ଫଟୋରୁ ଫୋଟ
ମାଲକାନଗିରି, ୨୧ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ କାଯ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ମନରେଗା ଯୋଜନା ମାଧ୍ୟମରେ ଆସୁଥିବା ଏହି ଅର୍ଥକୁ ବାଟମାରଣା କରିବା
ମନରେଗା କାଯ୍ୟରେ ଦୁର୍ନୀତିର ଚରମ ସୀମା ଲଘୁଛି କୋରୁକୋଣ୍ଡା ବ୍ଲକ । ଶ୍ରମିକଙ୍କ ଫଟୋ ବଦଳରେ ଅପଲୋଡ଼ ହେଉଛି ଫଟୋରୁ ଫୋଟ।


ମନରେଗା କାଯ୍ୟରେ ଦୁର୍ନୀତିର ଚରମ ସୀମା ଲଘୁଛି କୋରୁକୋଣ୍ଡା ବ୍ଲକ । ଶ୍ରମିକଙ୍କ ଫଟୋ ବଦଳରେ ଅପଲୋଡ଼ ହେଉଛି ଫଟୋରୁ ଫୋଟ।


ମାଲକାନଗିରି, ୨୧ ଜୁଲାଇ (ହି.ସ.)

ମାଲକାନଗିରି ଜିଲ୍ଲାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ କାଯ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ମନରେଗା ଯୋଜନା ମାଧ୍ୟମରେ ଆସୁଥିବା ଏହି ଅର୍ଥକୁ ବାଟମାରଣା କରିବା ପାଇଁ ସରକାରି କର୍ମଚାରୀ ନୁଆ ନୁଆ କୌଶଳ ଅପଣାଇଛନ୍ତି । ମନରେଗା ଯୋଜନା କାଯ୍ୟରେ କେବେ ମେସିନ ବ୍ୟବାହର ହେଉଛି ତ କେବେ କାମ ନ ହେଇ ବିଲ୍ ଉଠାଯାଉଛି । ପୁଣି କେବେ ମୃତ ଶ୍ରମିକଙ୍କ ନାମରେ ଅର୍ଥ ପୋଇଠ ହେଉଛି । ଏ ସବୁ ବାଦେ ବର୍ତ୍ତମାନ ମନରେଗା ଯୋଜନା ର ଅର୍ଥ ଲୁଟ ପାଇଁ ଶ୍ରମିକଙ୍କ ବଦଳରେ ଫୋଟ ଆଲବମ ରୁ ଫଟୋ ସଂଗ୍ରହ କରି ତାହାକୁ ମନରେଗା ପୋର୍ଟାଲ୍ ରେ ଅପଲୋଡ଼ କରାଯାଉଛି । ଦାଦନ ସମସ୍ୟା କୁ ଦୁର କରିବା ଓ ଶ୍ରମିକଙ୍କ ରୋଜଗାର ବଡେଇବା ଲକ୍ଷ ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ କରଯାଇଥିବା ଏହି ମନରେଗା ଯୋଜନାରେ ବାଟମାରଣାର ଏସବୁ ଚିତ୍ର ଦେଖିବା ପରେ ବାସ୍ତବିକ କ୍ଷେତ୍ରରେ ଯୋଜନା କେତେଦୂର ସଫଳ ହେଇଛି ତାହା ତଦନ୍ତ ସାପକ୍ଷ । ଏପରି ଘଟଣା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ସଦର ମହକୁମା ରେ କାର୍ଯ୍ୟ କୋଡ଼ ନମ୍ବର ୨୪୩୧୦୦୯୦୦୭/ଡବ୍ଲୁ ସି /୧୦୮୫୭୩୯୧ରେ ଚାଲିଥିବା ଟ୍ରେଞ୍ଚ କାମରେ ଗତକାଲି ୮ଜଣ ଶ୍ରମିକ କାମ କରୁଥିବା ଏନ ଏମ ଏମ ଏସ ଆପ ରେ ଦର୍ଶା ଯାଇଛି!ପ୍ରକୃତ ପକ୍ଷେ ଆପ ରେ ଲୋଡ଼ କରାଯାଇଥିବା ଫୋଟ କାର୍ଯ୍ୟ ସ୍ଥଳି ର ନହୋଇ ଏକ ଉଠା ଯାଇଥିବା ଫୋଟ ରୁ ଅପଲୋଡ଼ କରାଯାଇଛି!ସେହିପରି ଏହି ବ୍ଲକର ମାରିବାଡା ପଞ୍ଚାୟତ ୱାର୍କ କୋର୍ଡ ନମ୍ବର ୨୪୩୧୦୧୩୦୧୨/ଆର ସି /୧୦୬୩୪୫୭୬ରେ ଏମଭି ୨୪ ଠାରୁ ଜିଉଟିପଲ୍ଲୀ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମରେ ଗତକାଲି ୧୦ଜଣ ଶ୍ରମିକ କାମ କରଥିବା ଏନ ଏମ ଏମ ଏସ ଆପରେ ଦର୍ଶାଯାଇଛି!କିନ୍ତୁ ଏଠାରେ ମଧ୍ୟ ଅପ ଲୋଡ଼ ହୋଇଥିବା ଫୋଟ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ବେଳେ କରାନଯାଇ ଫୋଟରୁ ଫୋଟ କରାଯାଇଥିବା ଦେଖିବାକୁ ମିଳିଛି! ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ମନରେଗା ଯୋଜନାରେ ଯେକୌଣସି କାଯ୍ୟ ଆରମ୍ଭ ହେଲେ କାଯ୍ୟ ଜାରୀ ଥିବା ସମୟରେ ସରକାରୀ ନିୟମ ଅନୁଯାୟୀ ଏହାର ଏନଏମ ଏମଏସ କରାଯାଏ । ଏନଏମଏସ ଅର୍ଥ ହେଉଛି ନେସନାଲ ମେପିଂ ସିଷ୍ଟମ । ଏହି ଏନଏମଏସ ଦ୍ଵାରା କାଯ୍ୟରତ ଶ୍ରମିକଙ୍କ ନାମ ଓ କାଯ୍ୟସ୍ଥଳୀରେ ଶ୍ରମିକମାନେ କାଯ୍ୟ କରୁଥିବା ଫଟୋ ଅପଲୋଡ଼ କରାଗଲେ ପ୍ରକୃତରେ କାଯ୍ୟରେ କେତେ ଶ୍ରମିକ ନିୟୋଜିତ ହେଇଛନ୍ତି ଏବଂ କାଯ୍ୟ ସଠିକ ଭାବରେ ହେଉଛି କି ନାହିଁ ତାହା ସ୍ପଷ୍ଟ ହେଇଥାଏ । କିନ୍ତୁ କୋରୁକୋଣ୍ଡା ବ୍ଲକର ଏହି ଦୁଇଟି କାମରେ ଏନଏମଏସ ଦ୍ଵାରା ତଥ୍ଯ ପ୍ରଦାନରେ ଅନିୟମିତା ଦେଖାଯାଇଥିବା ସହ ଫୋଟ ରୁ ଫଟୋ ଅପଲୋଡ଼ କରିବା ସରକାରଙ୍କ ଆଖିରେ ଧୂଳି ଦେବା ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ତେଣୁ ଏପରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । ସୂଚନା ଥାଉ କି ମାଲକାନଗିରି ଜିଲ୍ଲାର ଏହି ବ୍ଲକ ରେ ପୂର୍ବରୁ ମଧ୍ୟ ଅନେକ ସମୟରେ ମନରେଗା କାର୍ଯ୍ୟରେ ଅନିୟମିତତା ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଦୋଷୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯାଉନଥିବା ରୁ ଦିନକୁ ଦିନ ଏପରି ଘଟଣା ବଡୁଥିବାର ଅନୁମାନ କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande