ବ୍ରହ୍ମପୁର, ୨୧ ଜୁଲାଇ (ହି.ସ.)- ଆଜି ସକାଳେ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମଧୁମେହ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ମଧୁମେହରୁ ମୁକ୍ତ ପାଇଁ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରି ଉଷ୍ଣଜଳରେ ଲେମ୍ବୁ ଲୁଣ ସର୍ବତ ପାନ, ପ୍ରାତଃ ଭ୍ରମଣ, ଯୋଗ, ଆସନ, ପ୍ରାଣାୟାମ କରିବେ l ଖାଦ୍ୟରେ ଗଜାମୁଗ, ସୋଲା, ବିଟ, ଗାଜର, ମୂଳା, ପିଆଜ, କାକୁଡି ସାଲାଡ଼ ପଚିଶ ପ୍ରତିଶତ ଖାଇବେ, ତେଲ, ଆମିଷ, କ୍ଷୀର ଜାତୀୟ ସମସ୍ତ ଖାଦ୍ୟ ଓ ଚିନ୍ତା ମୁକ୍ତ ଜୀବନ ବିତାଇଲେ ଶୀଘ୍ର ମଧୁମେହ,ରକ୍ତଚାପ, କୋଲେଷ୍ଟେରଲ୍ ଭଲ ହେଉଥିବା ସୂଚନା ଦେଇଥିଲେ l
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀ ରୋଗ ଆଦିର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ l ରୋଗୀଙ୍କୁ ଔଷଧ ବିତରଣ କରାଯାଇଥିଲା l ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ