କେନ୍ଦୁଝର, ୨୧ ଜୁଲାଇ (ହି.ସ.)- ଆଜି ଆନନ୍ଦପୁର ବ୍ଲକ ବାଉଁଶଗଡ ଗ୍ରାମର କେଉଟପଲ୍ଲୀ ସାହିରେ ବୃକ୍ଷ ମାହାତ୍ମ୍ୟ ଏବଂ ହାତୀ - ମଣିଷ ବିବାଦ ସମ୍ପର୍କରେ ପାଲା ମାଧ୍ୟମରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂସାରରେ ଏତେ ମୂଲ୍ୟବାନ ଧାତୁ ଏବଂ ପଥର ଥିବା ସତ୍ତ୍ବେ ପ୍ରଭୁ ଜଗନ୍ନାଥ ଦାରୁରେ କାହିଁକି ନିର୍ମିତ ହେଲେ ଜାଣିଛନ୍ତି କି । ତେଣୁ ଦାରୁ ହିଁ ଈଶ୍ୱର । ଏ ସୃଷ୍ଟି କେବଳ ଗଛ ମାନଙ୍କ ପାଇଁ ସମ୍ଭବ ହୋଇପାରିଛି ଏହିଭଳି ପାଲା ଦ୍ବାରା ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଅଭିଯାନ କରାଯାଉଛି। ଜଙ୍ଗଲ ବିଭାଗ ଓ ପାଲା ଗାୟକ ସଂଘ ମିଳିତ ଆନୁକୁଲ୍ୟରେ ଏଭଳି ଗାଁ ଗାଁ ରେ ସଚେତନତା ଶିବିର ଆୟୋଜନ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA