ଜୟପୁର, ୨୧ ଜୁଲାଇ (ହି.ସ.)- ଦେଶି ମଦ ଚାଲାଣ ସୂଚନା ପାଇ ଅବକାରି ବିଭାଗ ଚଢଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସୁନାନଗର ଲଛମ୍ ପରଜା, ଏଲଆଇସି କୋଲନିର ଶିବ ଟାକରି । ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ସୂଚନା ପାଇ ସୁନା ନଗରରେ ଅବକାରି ନିରିକ୍ଷକ କାର୍ଯ୍ୟ। ଳୟ ତରଫରୁ ଚଢଉ କରାଯାଇ ୯.୬ ଲିଟର ଦେଶି ମଦ ଜବତ କରାଯାଇ ମହିଳାକୁ ଗିରଫ କରାଯାଇଛି । ସେହିପରି ଜୟପୁର ଅବକାରି ଥାନା ତରଫରୁ କଳାଗୁଡାରୁ ଏକ ଅଟୋରେ ଏଲଆଇସି କୋଲନିରେ ଥିବା ଘରକୁ ଆଣୁଥିବା ବେଳେ ଚଢଉ କରି ଅଟୋ ସହ ୬୦ ଲିଟର ଦେଶି ମଦ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ସଂନ୍ଧ୍ୟା ୫ଟା ରେ କୋର୍ଟଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ନିରିକ୍ଷକ ଶଶିକାନ୍ତ ଦତ୍ତ ଓ ଅବକାରି ଥାନା ଓଆଇସି ସୁବ୍ରତ କେଶରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି