ବିମାନ ଦୁର୍ଘଟଣା ଯାଂଚ ବ୍ୟୁରୋ ଏକ ନିଷ୍ପକ୍ଷ ଏଜେନ୍ସି- ନାୟଡୁ
ନୂଆଦିଲ୍ଲୀ, ୨୧ ଜୁଲାଇ(ହି.ସ.) – କେନ୍ଦ୍ରୀୟ ନାଗରିକ ଉଡ୍ଡୟନ ମନ୍ତ୍ରୀ କିଜରାପୁ ରାମମୋହନ ନାୟଡ଼ୁ ସୋମବାର ଦିନ କହିଛନ୍ତି ଯେ ବିମାନ ଦୁର୍ଘଟଣା ଯାଂଚ ବ୍ୟୁରୋ(ଏଏଆଇବି) ଏକ ନିଷ୍ପକ୍ଷ ଏଜେନ୍ସି ଅଟେ। ଏଏଆଇବିର ପ୍ରକ୍ରିୟା ପୁରାପୁରି ନିୟମ ଉପରେ ଆଧାରିତ ଏବଂ ସେ ପୁରା ନିଷ୍ପକ୍ଷ ଅଟେ। କେନ୍ଦ୍ର ମନ୍ତ୍ର
ବିମାନ ଦୁର୍ଘଟଣା ଯାଂଚ ବ୍ୟୁରୋ ଏକ ନିଷ୍ପକ୍ଷ ଏଜେନ୍ସି- ନାୟଡୁ


ନୂଆଦିଲ୍ଲୀ, ୨୧ ଜୁଲାଇ(ହି.ସ.) – କେନ୍ଦ୍ରୀୟ ନାଗରିକ ଉଡ୍ଡୟନ ମନ୍ତ୍ରୀ କିଜରାପୁ ରାମମୋହନ ନାୟଡ଼ୁ ସୋମବାର ଦିନ କହିଛନ୍ତି ଯେ ବିମାନ ଦୁର୍ଘଟଣା ଯାଂଚ ବ୍ୟୁରୋ(ଏଏଆଇବି) ଏକ ନିଷ୍ପକ୍ଷ ଏଜେନ୍ସି ଅଟେ। ଏଏଆଇବିର ପ୍ରକ୍ରିୟା ପୁରାପୁରି ନିୟମ ଉପରେ ଆଧାରିତ ଏବଂ ସେ ପୁରା ନିଷ୍ପକ୍ଷ ଅଟେ। କେନ୍ଦ୍ର ମନ୍ତ୍ରୀ ନାୟଡ଼ୁ ରାଜ୍ୟସଭାରେ ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଯାଂଚ ସହିତ ସମ୍ବନ୍ଧିତ ଏକ ପ୍ରଶ୍ନ ଉପରେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ବକ୍ସରୁ ସମସ୍ତ ଡାଟାକୁ ସଫଳତାପୂର୍ବକ ଡିକୋଡ଼ କରିନେଇଛି। ଭାରତ ଅନ୍ତରାଷ୍ଟ୍ରୀୟ ପ୍ରୋଟୋକଲର ପାଳନ କରି କ୍ଷତିଗ୍ରସ୍ତ ବ୍ଲାକ୍‌ବକ୍ସର ଡାଟାର ଘରୋଇ ସ୍ତରରେ ବିଶ୍ଲେଷଣ କରିବା ଉପରେ ଜୋର୍ ଦେଇଛି। ଯାଂଚର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଯାଇଛି ଏବଂ ପ୍ରାରମ୍ଭିକ ରିପୋର୍ଟ ଆସିସାରିଛି। କିନ୍ତୁ ଶେଷ ରିପୋର୍ଟର ଅପେକ୍ଷା ରହିଛି। ଏଥିରୁ ପ୍ରଥମେ ଯେତେବେଳେ ବ୍ଲାକ ବକ୍ସରେ ମାମୁଲି କ୍ଷତି ହେଉଥିଲା, ତେବେ ତାକୁ ଡିକୋଡିଂଗ ପାଇଁ ନିର୍ମାତା ପାଖକୁ ପଠାଯାଏ। ପ୍ରଥମଥର ବ୍ଲାକ୍‌ବକ୍ସର ଡିକୋଡିଂଗ ଭାରତରେ ହୋଇଛି। ସେ କହିଛନ୍ତି ଯେ ସରକାର ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପିଡିତୋରେ କୌଣସି ଭେଦଭାବ କରୁନାହିଁ। ସେ କହିଛନ୍ତି ଯେ, ତଳେ ମୃତ୍ୟୁବରଣ କରିଥିବା ଯାତ୍ରୀମାନେ ଏବଂ ଅନ୍ୟ ଲୋକ, ବା ଦୁର୍ଘଟଣାସ୍ଥଳର ସ୍ଥିତି ମେଡ଼ିକାଲ୍ କଲେଜରେ ମୃତ୍ୟୁବରଣ କରିଥିବା ଛାତ୍ର, ସମସ୍ତଙ୍କୁ କ୍ଷତିପୁରଣ ଏକାଭଳି ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande