ହୀରାଖଣ୍ଡ ସମ୍ମୁଖ୍ୟ ପ୍ରତିଷ୍ଠା ଦିବସରେ ସମ୍ମାନ ସମାରୋହ
ସମ୍ବଲପୁର, ୨୧ ଜୁଲାଇ (ହି.ସ.) - ସମ୍ବଲପୁର ହୀରାଖଣ୍ଡ ଅଂଚଳର ଶୋଷଣ କରି ପ୍ରବଂଚନା ମୂଳକ ଭାବରେ ଉପେକ୍ଷା ଓଡ଼ିଶାର ଶାସନ ବ୍ୟବସ୍ଥାର ଅଙ୍ଗ ହୋଇ ରହିଯାଇଥିବା ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ଅଭିଯୋଗ କରିଛନ୍ତି। ହୀରାଖଣ୍ଡ ସାମ୍ମୁଖ୍ୟର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ
ହୀରାଖଣ୍ଡ ସମ୍ମୁଖ୍ୟ ପ୍ରତିଷ୍ଠା ଦିବସରେ ସମ୍ମାନ ସମାରୋହ


ହୀରାଖଣ୍ଡ ସମ୍ମୁଖ୍ୟ ପ୍ରତିଷ୍ଠା ଦିବସରେ ସମ୍ମାନ ସମାରୋହ


ସମ୍ବଲପୁର, ୨୧ ଜୁଲାଇ (ହି.ସ.) - ସମ୍ବଲପୁର ହୀରାଖଣ୍ଡ ଅଂଚଳର ଶୋଷଣ କରି ପ୍ରବଂଚନା ମୂଳକ ଭାବରେ ଉପେକ୍ଷା ଓଡ଼ିଶାର ଶାସନ ବ୍ୟବସ୍ଥାର ଅଙ୍ଗ ହୋଇ ରହିଯାଇଥିବା ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ଅଭିଯୋଗ କରିଛନ୍ତି। ହୀରାଖଣ୍ଡ ସାମ୍ମୁଖ୍ୟର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ହୋତା କହିଲେ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଘୋଷଣା ଓ ଅର୍ଥ ମଞ୍ଜୁରୀ ପରେ ଚଂଚକତା କରି ଉକ୍ତ ଅର୍ଥରାଶିକକୁ ଉପକୂଳ ଓଡିଶାରେ ଖର୍ଚ୍ଚ କରିବାର ପରମ୍ପରା ବହୁ ଦିନରୁ ଚାଲି ଆସିଛି। ନିୟମିତ ଅର୍ଥ ମଞ୍ଜୁରୀ କ୍ଷେତ୍ରରେ ମାର୍ଚ୍ଚ ମାସରେ ଏଭଳି ସମୟରେ ଅର୍ଥ ଆସେ ଯାହାକି ଖର୍ଚ୍ଚ କରିବାର କୌଣସି ରାସ୍ତା ନ ଥାଏ। ଏହି ଅର୍ଥ ଫେରିବ ଓ କେଉଁଠି ଖର୍ଚ୍ଚ କରାଯିବ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ । କେନ୍ଦୁପତ୍ର ପାଣ୍ଠି ଠାରୁ ଆରମ୍ଭ କରି ବରଗଡ଼ କ୍ୟାନ୍ସର ହସପିଟାଲ ପର୍ଯ୍ୟନ୍ତ କିଭଳି ଛଳନା କରାଯାଇଛି ସେ ସମ୍ପର୍କରେ ଶ୍ରୀ ହୋତା ଆଲୋଚନା କରିଥିଲେ ।

ସଭାର ମୁଖ୍ୟବକ୍ତା ଦୀପକ କୁମାର ପଣ୍ଡା କଳିଙ୍ଗ, ଉତ୍କଳ, କୋଶଳ, ଦକ୍ଷିଣ କୋଶଳ ଓ ହୀରାଖଣ୍ଡର ଭୈ।ଗଳିକ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ମାତ୍ର ହୀରାଖଣ୍ଡ ଏ ଅଂଚଳର ନିଜସ୍ୱ ଓ ପ୍ରକୃତ ଭୌଗୋଳିକ ପରିଚୟ ଥିଲା। ହୀରାଖଣ୍ଡର ଅସ୍ତୀତ୍ୱ ସମ୍ପର୍କରେ କହିବାକୁ ଯାଇ ସେ ବିଭିନ୍ନ ପ୍ରମାଣ ଦର୍ଶାଇଥିଲେ। ୧୯୪୬ ଅକ୍ଟୋବର ୭ ତାରିଖରେ ବଲାଙ୍ଗୀରରେ ସମ୍ବଲପୁର, ବଉଦ, ସୋନପୁର ଆଦି ସ୍ଥାନର ବହୁସଂଖ୍ୟାକ ପ୍ରତିନିଧିଙ୍କ ଯୋଗଦାନ କ୍ରମେ ଆୟୋଜିତ କୃଷକ ଦଳ ଓ ପ୍ରଜାମଣ୍ଡଳର ମିଳିତ ସଭାରେ ହୀରାଖଣ୍ଡ ପ୍ରଦେଶ ଗଠନ ଉପରେ ଆଲୋଚନା ହୋଇଥିଲା। ସଭାରେ ହୀରାଖଣ୍ଡ ସାମ୍ମୁଖ୍ୟର ସଭାପତି ରାମାନୁଜ ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ। ଏହି ଉତ୍ସବରେ ସର୍ବାଧିକ ବାର ଗୋଟିଏ ନାଟକ ଭାବରେ ବୀର ସୁରେନ୍ଦ୍ର ସାଏ ନାଟକ କରି ଆସିଥିବା ବରଗଡ଼ ଜିଲ୍ଲା କୁମ୍ଭାରୀର ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ ଓ ସମ୍ବଲପୁରର ସୁନାମଧନ୍ୟ କବି, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ତଥା ସାଂସ୍କୃତିକ ସଙ୍ଗଠକ ବିପିନ ବିହାରୀ ଦାସଙ୍କୁ ହୀରାଖଣ୍ଡ ସମ୍ମାନ ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବୀର ସୁରେନ୍ଦ୍ର ସାଏ ଚୁହାନ ନାଟକର ଅଭିନେତା ଭୂବନ ଭୋଇ, ବାସୁଦେବ ପ୍ରଧାନ ଓ ମନୋରଞ୍ଜନ ଚିରଗୁନ ସଂଳାପ କହିଥିଲେ । ସହ ସମ୍ପାଦକ ତର୍ପଣ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ସତ୍ୟନାରାୟଣ ଠାକୁର, ତାପସ ଦାସ, ବିଜୟଲକ୍ଷ୍ମୀ ବେହେରା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ । ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ପାଟ୍ଟଯୋଶୀ ମାନପତ୍ର ପାଠ କରିଥିଲେ । ପରେ ଲଳିତ ବେବର୍ତା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande