ମହିଳା ମହାବିଦ୍ୟାଳୟରେ ଆଇସିସି କର୍ମଶାଳା
ଜୟପୁର, ୨୧ ଜୁଲାଇ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ପୋକସୋ ଆକ୍ଟ ୨୦୧୩ ଏବଂ ୟୁଜିସି ରେଗୁଲେସନ ୨୦୧୫ ସଂପର୍କିତ ଆଇନ ସଚେତନତା ମୁଳକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାର ଅଧ୍ୟକ୍ଷ ବିବେକାନନ୍ଦ ସୁନାଙ୍କ ଅଧ୍ୟକ୍ଷତାରେ ସମାପିତ ହୋଇଛି । କର୍ମଶ
ମହିଳା ମହାବିଦ୍ୟାଳୟରେ ଆଇସିସି କର୍ମଶାଳା


ଜୟପୁର, ୨୧ ଜୁଲାଇ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ପୋକସୋ ଆକ୍ଟ ୨୦୧୩ ଏବଂ ୟୁଜିସି ରେଗୁଲେସନ ୨୦୧୫ ସଂପର୍କିତ ଆଇନ ସଚେତନତା ମୁଳକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାର ଅଧ୍ୟକ୍ଷ ବିବେକାନନ୍ଦ ସୁନାଙ୍କ ଅଧ୍ୟକ୍ଷତାରେ ସମାପିତ ହୋଇଛି । କର୍ମଶାଳାରେ ଯୌନ ସତେତନତା ଧର୍ମୀ ଆଇନ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସହ ମହାବିଦ୍ୟାଳୟରେ ଏକ ସୁସ୍ଥ ଶୈକ୍ଷିକ ବାତା ବରଣ ଜାରି ରହିବ । ସେ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପ୍ରିଜାଇଣ୍ଡିଙ୍ଗ ଅଫିସର ଭାରତୀ ଦିଗାଲ ସଭା ପରିଚାଳନା କରିଥିଲେ । କମିଟିର ସଦସ୍ୟ ଛାତ୍ରୀ ଓ କର୍ମଚାରୀ ମଧ୍ୟରେ ଶୃଙ୍ଖଳିତ ଔପଚାରିକ ଆଚରଣ ସହ ଶାଳୀନତା ପୁବତ ସ୍ୱକାଯ୍ୟ ସାଧନ କରନ୍ତୁ ବୋଲି ଦୃଢ ମଡ ପୋଶଣ କରନ୍ତୁ ବୋଲି ମତ ପୋଷଣ କରିଥିଲେ । ପରିଶେଷରେ ଅଧ୍ୟାପିକା ସୁନିତା କୁମାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାଚ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୌନ ସଚେତନ ଧର୍ମୀ ଶପଥ ପାଠ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande