ରାଉରକେଲା, ୨୧ ଜୁଲାଇ (ହି.ସ.)- ରାଉରକେଲା ଜେପି ଡାକ୍ତରଖାନାରେ ମାଲିକ ଚନ୍ଦନ ବଂଶଳ ସେହି ଡାକ୍ତରଖାନାରେ କାମ କରୁଥିବା ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହିବା ମାମଲାରେ ପୁଲିସ, ବିଧାୟକ ମିଡ଼ିଆ ଚୁପ ରହିବା ପରେ ସମାଜସେବି ମୁକ୍ତିକାନ୍ତ ବିଶ୍ୱାଳଙ୍କ ସହ ପୀଡିତା ମୁଖ୍ୟମନ୍ତ୍ରୀ ସରଣ ପଶିଛନ୍ତି। ଆଜି ସଚିବାଳୟରେ ପୀଡିତା ପହଂଚିବା ପରେ ତାଙ୍କୁ ଗୃହ ସଚିବଙ୍କ ପାଖକୁ ପଠାଗଲା। ଗୃହସଚିବ ସବୁ ଶୁଣିବା ପରେ ସେ ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ଫୋନ କରି ବିରକ୍ତି ଭାବ ପ୍ରକାଶ କରିବା ସହ କଣ ଆଉ ଜଣକୁ ମାରିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିବା ସହ ସମସ୍ତ ରିପୋର୍ଟ ଦେବାକୁ କହିଥିଲେ, ପରେ ଏହି ଘଟଣାର ଭାର ଆଇଜି ସାଇନିଙ୍କୁ ଦିଆଯାଇଛି। ପରେ ସାଇନିଙ୍କ ସହ ପୀଡିତା କଥା ହୋଇଛନ୍ତି। ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି କହି ବିଜେଡି ହାଲ୍ଲା କରୁଥିବା ବେଳେ ରାଉରକେଲା ବିଜେଡି ବିଧାୟକ ଏନେଇ ପୁରା ନିରବ। ଏସପି, ଜିଲ୍ଲାପାଳ ସବୁ ନିରବ, ତେବେ ଏଭଳି ନୀରବତା ପଛର କାରଣ ବିଜେଡି ପ୍ରେମ ନା ତାହା କଣ ବୁଝା ପଡୁନାହିଁ। ରାଉରକେଲାର କିଛି ମିଡ଼ିଆ ମଧ୍ୟ ନିରବ। ଘଟଣାକୁ ଏହା ଭିତରେ ୧୭ ଦିନ ବିତି ସାରିଛି, ପୀଡିତା କେବେ ନ୍ୟାୟ ପାଉଛନ୍ତି ତାକୁ ହିଁ ଅପେକ୍ଷା।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ