ପୁଲିମେଟଲା କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରରେ ମହା ଦୁର୍ନୀତି, ଶ୍ରମିକଙ୍କ ମଜୁରୀ ଅର୍ଥ ହଡପ ଅଭିଯୋଗ
ମାଲକାନଗିରି, ୨୧ ଜୁଲାଇ (ହି.ସ.)-ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧିନରେ ଥିବା ପୋଟେରୁ ସ୍ଥିତ ପୁଲିମେଟଲା କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରରେ ବିଭିନ୍ନ କାମ ବାବଦକୁ ଆସୁଥିବା ଶ୍ରମିକ ମଜୁରୀ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଉକ୍ତ କେନ୍ଦ୍ରରେ ମନରେଗା ଯୋଜନାରେ
ପୁଲିମେଟଲା କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରରେ ମହା ଦୁର୍ନୀତି , ଶ୍ରମିକଙ୍କ ମଜୁରୀ ଅର୍ଥ ହଡପ ଅଭିଯୋଗ


ମାଲକାନଗିରି, ୨୧ ଜୁଲାଇ (ହି.ସ.)-ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧିନରେ ଥିବା ପୋଟେରୁ ସ୍ଥିତ ପୁଲିମେଟଲା କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରରେ ବିଭିନ୍ନ କାମ ବାବଦକୁ ଆସୁଥିବା ଶ୍ରମିକ ମଜୁରୀ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, ଉକ୍ତ କେନ୍ଦ୍ରରେ ମନରେଗା ଯୋଜନାରେ ହୋଇଥିବା ବିଭିନ୍ନ କାମ ବାବଦକୁ ଆସୁଥିବା ଶ୍ରମିକ ଅର୍ଥ ଶ୍ରମିକ ମାନଙ୍କୁ ପ୍ରଦାନ ନକରି ପୋଟେରୁ ବନପାଳ ହଡପ କରିଛନ୍ତି । ଗତ ୪ ମାସରୁ ଉର୍ଧ୍ୱ ସମୟ ଅତିବାହିତ ହୋଇଥିବା ବେଳେ ଶ୍ରମିକ ମାନଙ୍କୁ ମଜୁରୀ ଅର୍ଥ ପ୍ରଦାନ କରାଯାଇନଥିବାରୁ ଶ୍ରମିକ ମାନେ କାମ ବନ୍ଦ କରି ଧାରଣାରେ ବସିଥିଲେ । ଏହି ଚାରା ଉତ୍ପାଦନ କେନ୍ଦ୍ରରେ କାମ୍ପା ଓ ମନରେଗା ଯୋଜନାରେ ପ୍ରତିଦିନ ୨୦ ରୁ ଉର୍ଧ୍ଵ ଶ୍ରମିକ କାମ କରୁଥିବା କାଗଜ ପତ୍ରରେ ଦର୍ଶା ଯାଉଛି । କିନ୍ତୁ, କାମ୍ପା ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କର ଫଟୋକୁ ମନରେଗା ଯୋଜନାରେ କାମ କରୁଥିବା ଦର୍ଶାଇ ବନପାଳ ଏନଏମଏମଏସ କରୁଥିବା ଜଣାପଡିଛି । କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ କହିବା ଅନୁଯାୟୀ, ଏହି ଚାରା ଉତ୍ପାଦନ କେନ୍ଦ୍ରରେ ପୋଟେରୁ, ଏମଭି -୬୩, ଏମଭି- ୪୧, ଏମ ପି ଭି-୫୪ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମର ଶ୍ରମିକ ମାନେ ପ୍ରାୟ ୧୫ ରୁ ୨୦ ବର୍ଷ ଧରି ଏଠାରେ କାମ କରି ଆସୁଛନ୍ତି । ହେଲେ ପ୍ରତିଦିନ ମଜୁରୀ ବାବଦକୁ ୪୦୦ ଟଙ୍କା ଦିଆଯାଉଥିଲେ ମଧ୍ୟ ଗତ ୪ ମାସ ହେଲା ଆମକୁ ମଜୁରୀ ପ୍ରଦାନ କରାଯାଉନାହିଁ ବୋଲି କହିଛନ୍ତି । ଏହାସହ ସେମାନେ କେବେ ଉକ୍ତ କେନ୍ଦ୍ରରେ ମନରେଗାରେ କାମ କରିନଥିବା କହିବା ସହ କେବେ କୌଣସି କାମ ବାବଦକୁ ଜବ୍ କାର୍ଡ ମଧ୍ୟ ଦେଇନଥିବା କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ମନରେଗା ଯୋଜନାରେ କୌଣସି କାମ ଶ୍ରମିକ ମାନେ କରୁନଥିବା ବେଳେ ପ୍ରତିଦିନ କିପରି କାର୍ଯ୍ୟ ହେଉଥିବା ଦର୍ଶାଯାଇ ଏନଏମଏମଏସ କରାଯାଉଛି । ଏବଂ ଏହି ଟଙ୍କା କେଉଁ ଶ୍ରମିକ ଆକାଉଣ୍ଟକୁ ଯାଉଛି ଏହାର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।

ଏ ସମ୍ପର୍କରେ କାଲିମେଳା ବନାଞ୍ଚଳ ଅଧିକାରୀ ବିଜୟ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ମନରେଗା ଯୋଜନା ବିଷୟରେ କିଛି ଜାଣିନଥିବା କହିବା ସହ ବୁଝିକି କହିବି ବୋଲି କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande