ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚମ୍ପିୟାନସିପ ପ୍ରତିଯୋଗିତାରେ ମୟୁରଭଞ୍ଜ ପୋଲିସ ଦଳ
ବାରିପଦା, ୨୧ ଜୁଲାଇ (ହି.ସ.)- ୬ଷ୍ଠ ବାଟାଲିଆନ, କଟକ ଆନୁକୂଲ୍ୟରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ପୋଲିସ ଦଳ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ଉକ୍ତ ଦଳରେ ହରିହର ମଲ୍ଲିକ ଅଧିନାୟକ, ନିରଞ୍ଜନ ନାଏକ, ରାଜୀବ କୁମାର ଭୂୟାଁ, ଲକ୍ଷ୍ମୀ ନା
Police volley ball team


ବାରିପଦା, ୨୧ ଜୁଲାଇ (ହି.ସ.)- ୬ଷ୍ଠ ବାଟାଲିଆନ, କଟକ ଆନୁକୂଲ୍ୟରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ପୋଲିସ ଦଳ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ଉକ୍ତ ଦଳରେ ହରିହର ମଲ୍ଲିକ ଅଧିନାୟକ, ନିରଞ୍ଜନ ନାଏକ, ରାଜୀବ କୁମାର ଭୂୟାଁ, ଲକ୍ଷ୍ମୀ ନାରାୟଣ ସାହୁ, ବିକାଶ ଗିରି, ଜଗତ ଜୀବନ ସେଠୀ, ସ୍ନେହାଶିଷ ମହାନ୍ତି, ମିଲୁ ମହାନ୍ତ, ଜନ୍ମେଜୟ ଦାସ, ଅଞ୍ଜନ ବେହେରା, ପ୍ରୀତମ ମହାନ୍ତ, ସାମିଲ ଅଛନ୍ତି । ଟିମ ମ୍ୟାନେଜର ଭାବେ କେ. ବିଶ୍ୱନାଥ ରାଓ , କୋଚ ଭାବେ ଜୀତେନ୍ଦ୍ର ଜେନା ଦଳ ସହିତ ଗସ୍ତ କରିଛନ୍ତି । ରିଜର୍ଭ ପୋଲିସ ଇନ୍ସପେକ୍ଟର ଆଲୋକ କାନୁନଗୋ, ପୋଲିସ ସଙ୍ଘ ସମ୍ପାଦକ ସୁରଜ କୁମାର ରାଜ, ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ ଓ ଭାନୁପ୍ରତାପ ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଦଳର ସଫଳତା କାମନା କରିଥିଲେ ।

ପ୍ରକାଶ ଥାଉକି, ଚଳିତ ମାସ ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିୟାନସିପ ଅନୁଷ୍ଠିତ ହେବ ଏବଂ ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ ୨୨ ତାରିଖ ଦିନ ଖେଳିବାକୁ ଯାଉଛି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande