କୋରେଇ, ୨୧ ଜୁଲାଇ (ହି.ସ.) - ନାବଳିକାକୁ ଅପହରଣ କରିବା ପରେ ଶରୀରିକ ସର୍ମ୍ପକ ରଖିବା ପରେ ଘରେ ଆଣି ଛାଡି ଦେବା ନେଇ ଅଭିଯୋଗ ପାଣିକୋଇଲି ଥାନାରେ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଂଚାୟତର ବିଦ୍ୟାଧର ମଳିକଙ୍କ ଅଭିଯୋଗ ମୁତାବକ ତାଙ୍କ ନାବଳିକା ଝିଅ ହୀରା (ଛଦ୍ମନାମ) ଗତ ଅଗଷ୍ଟ ୫ ତାରିଖରୁ ନିଖୋଜ ଥିଲା । ଏନଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ୧୭ ତାରିଖ ସକାଳୁ ତାଙ୍କ ଝିଅକୁ ପାଣିକୋଇଲିରେ ଛାଡି ଅଭିଯୁକ୍ତ ଓ ତା ପରିବାର ଫେରାର ହୋଇଯାଇଥିଲେ । ହୀରା ଘରେ ଯାଇ କହିବା ଅନୁସାରେ କେଉଁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ଢେଙ୍କାସଂଗମ ଗ୍ରାମର ଶରତ ପାତ୍ରଙ୍କ ପୁଅ ଦୀନେଶ ପାତ୍ର(୨୫) ତାଙ୍କ ଗ୍ରାମପାଖ ଭକ୍ତଣ୍ଡରୀ ଗ୍ରାମର ବନ୍ଧୁବାନ୍ଧବଙ୍କ ସହାୟତାରେ ତାକୁ ଅପହରଣ କରିନେଇଥିଲା । ପରେ ତା ସହିତ ଇଚ୍ଛା ବିରୁଦ୍ଧରେ ଶାରୀରିକ ସର୍ମ୍ପକ ସ୍ଥାପନା କରିଥିଲ । ୧୦ ଦିନ ସର୍ମ୍ପକ ରଖିବା ପରେ ପରେ ତାକୁ ନେଇ ନେଇ ତାମିଲନାଡୁ ଚାଲିଯାଇଥିଲା । ସେଠାରେ ଉଭୟ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ବାରମ୍ବାର ଶରୀରିକ ସର୍ମ୍ପକ ରଖିବା ପରେ ହୀରା ବିବାହ କରିବାକୁ କହିଥିଲା । ମାତ୍ର ଦୀନେଶ ତାକୁ ମାଡ ଗାଳି ଦେଇ ପରିବାର ସହ ଆସି ପାଣିକୋଇଲିରେ ଛାଡି ଚାଲିଯାଇଥିଲା । ଏନେଇ ବିଦ୍ୟାଧର ଥାନାରେ ଲିଖିିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୨୨୪/୨୫ ରୁଜ୍ଜୁ କରି ତଦନ୍ତ କରି ଦୀନେଶକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଆଜି ଦୀନେଶକୁ ଦଫା ୧୩୭(୨)/୬୪(୨)(ଏମ) ଭାରତୀୟ ନ୍ୟାୟ ସଂହିତା ୬ ପୋ୍େକା ଆକ୍ଟରେ ଅଦାଲତ ଚାଲାଣ କରିଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ