ପାଞ୍ଚ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କଲେ
ଭୁବନ, ୨୧ ଜୁଲାଇ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ଵରଙ୍କ ମନ୍ଦିରରେ ଶ୍ରାବଣ ମାସର ଦ୍ଵିତୀୟ ସୋମବାରରେ ଜଳଲାଗି କରିବାକୁ କାଉଡ଼ିଆଙ୍କ ପ୍ରବଳ ଭିଡ ହୋଇଥିଲା । ରବିବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶୈବ ଭକ୍ତ ନିଜର ମାନସିକ ପୂରଣ
ପାଞ୍ଚ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କଲେ


ଭୁବନ, ୨୧ ଜୁଲାଇ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ଵରଙ୍କ ମନ୍ଦିରରେ ଶ୍ରାବଣ ମାସର ଦ୍ଵିତୀୟ ସୋମବାରରେ ଜଳଲାଗି କରିବାକୁ କାଉଡ଼ିଆଙ୍କ ପ୍ରବଳ ଭିଡ ହୋଇଥିଲା । ରବିବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶୈବ ଭକ୍ତ ନିଜର ମାନସିକ ପୂରଣ ପାଇଁ ଆସି ପହଞ୍ଚିଥିଲେ । ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରୁ ଜଳ ଆଣି ବାବା ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କରିଥିଲେ । ହର ହର ମହାଦେବ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ଦ୍ଵିତୀୟ ସୋମବାର ରେ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ୍ୱ କାଉଡ଼ିଆ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବୁଦ୍ଧେଶ୍ୱରଙ୍କୁ ଜଳ ଲାଗି କରିଥିଲେ । ବିଭିନ୍ନ ସ୍ବେଛାସେବୀ ସଂସ୍ଥା ତରଫରୁ କାଉଡ଼ିଆଙ୍କ ପାଇଁ ସେବା କେନ୍ଦ୍ର ଖୋଲାଯାଇଥିଲା । ଜଳପାନ ଓ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ତରଫରୁ କାଉଡ଼ିଆଙ୍କ ସୁରକ୍ଷା ଓ ଶୃଙ୍ଖଳାର ସହ ଜଳଲାଗି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭୁବନ ଥାନା ତରଫରୁ ମଧ୍ୟ ମନ୍ଦିର ପରିସରରେ ପୋଲିସ ମୁତୟନ କରାଯାଇ କାଉଡ଼ିଆଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande