ଇମ୍ଫାଲ, 21ଜୁଲାଇ (ହି.ସ.)- ସୁରକ୍ଷା ବାହିନୀ ଗୁପ୍ତଚର ସୂଚନା ଆଧାରରେ ଇମ୍ଫାଲ ପୂର୍ବରୁ ନିଷିଦ୍ଧ ଉଗ୍ରବାଦୀ
ସଂଗଠନ ପ୍ରିପାକ୍ ର ଜଣେ ମିଆଁମାର ତାଲିମପ୍ରାପ୍ତ ଉଗ୍ରବାଦୀଙ୍କୁ ଗିରଫ କରିଛି। ଏହି ସୂଚନା ପୋଲିସ
ପକ୍ଷରୁ ଆଜି ଦିଆଯାଇଛି।ପୋଲିସ ଅନୁଯାୟୀଗିରଫ କରାଯାଇଥିବା
କୋନ୍ଥା ଅହଲୁପ ମାଖା ଲୋଇକାଇର ବାସିନ୍ଦା କୋଞ୍ଜେଙ୍ଗବାମ୍ ତୋମ୍ବା ସିଂହ ଓରଫ ଲିଙ୍ଗମ୍ (38) ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ କାଙ୍ଗଲୀପାକ (ପ୍ରୀପାକ)ରେ ସ୍ୱୟମ୍ଭୁ ସାର୍ଜେଣ୍ଟ
ମେଜର ପଦରେ କାର୍ଯ୍ୟ କରୁଥିଲେ। ଅଧିକାରୀମାନେ
ନିଶ୍ଚିତ କରିଛନ୍ତି ଯେ ଭାରତ ଫେରିବା ପୂର୍ବରୁ ସେ ମିଆଁମାରର ତନାଲ ସ୍ଥିତ ସଂଗଠନର ଆଡ୍ଡାରେ ସାମରିକ ତାଲିମ ନେଇଥିଲେ।ସେ ଭୁମିଗତ
କାର୍ଯ୍ୟକଳାପରେ ବିଶେଷକରି ପ୍ରିପାକ ପାଇଁ ନିଯୁକ୍ତିରେ ଜଡିତ ଥିଲେ। ଉଲ୍ଲେଖନୀୟ ଯେ ଅକ୍ଟୋବର 2024 ରେସେ ଉଗ୍ରବାଦୀ ରାଙ୍କରେ ଜଣେ ନୂତନ ସଦସ୍ୟଙ୍କୁ ସାମିଲ
କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଗିରଫଦାରୀ ତାଙ୍କ ବାସଭବନରେ ଚଢାଉ
ସମୟରେ ହୋଇଥିଲା। ଅଧିକାରୀମାନେ ଏବେ ତାଙ୍କ ନେଟୱାର୍କକୁ ଖୋଜିବା ଏବଂ ସମ୍ଭାବ୍ୟ ବଡ଼
ବିଦ୍ରୋହୀ କାର୍ଯ୍ୟକଳାପର ପର୍ଦ୍ଦାଫାଶ କରିବା ଉପରେ ଧ୍ୟାନ ଦେଉଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା