କେନ୍ଦୁଝର, 21 ଜୁଲାଇ (ହି.ସ.)
ପାଟଣା ବ୍ଲକ ଅନ୍ତର୍ଗତ ପୋଲାଣଘାଟି ପଞ୍ଚାୟତ ସରପଞ୍ଚ ରାଉତ ମୁଣ୍ଡାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ କୋରମ୍ ଅଭାବରୁ କାଟ ଖାଇ ଯାଇଛି। ଅନାସ୍ନା ପକ୍ଷରେ ୦୬ ଜଣ ୱାର୍ଡ଼ ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତି ଆବଶ୍ୟକ ଥୂବାବେଳେ ନାଏବ ସରପଞ୍ଚଙ୍କୁ ମିଶାଇ ମୋଟ ୦୪ ଜଣ ୱାର୍ଡ ସଦସ ସଦସ୍ୟ ବୈଠକରେ ଉପସ୍ଥିତ ଥୂଲେ । ଯାହାକି ଦରକାର ଠାରୁ ବହୁତ କମ ଥିଲା I ପ୍ରିଜାଇଡିଂ ଅଫିସର ଭାବେ ସାହାରପଡା ବିଡ଼ିଓ ରଣଜିତ କୁମାର ମହାନ୍ତ, ମାଜିଷ୍ଟ୍ରେଟ ଦାୟିତ୍ବରେ ପାଟଣା ତହସିଲଦାର ଅଶ୍ବିନି କୁମାର ନାଏକ, ସାହାରପଡା ଏବି ଡି ଓ ରଶ୍ମିରେଖା ମହାନ୍ତି, ପାଟଣା ଭାବ ଭାରପ୍ରାପ୍ତ ଜିପି ଜିପିଡିଓ ଅକ୍ଷୟ କୁମାର ସାହୁ ପଞ୍ଚାୟତ ନିର୍ବାହୀ ଅଧୂକାରୀ ରାମେଶ୍ବର ମହାନ୍ତି ଓ ଏବିଡିଓ ବାସୁଦେବ ମହାନ୍ତିଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ବୈଠକ ହୋଇଥିଲା ଏହି ଅନାସ୍ଥା ପ୍ରସ୍ତାବ ପାଇଁ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA