ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ
ଜୟପୁର, ୨୧ ଜୁଲାଇ (ହି.ସ.)- ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ଦୁଇ ଦିନିଆ କୋରାପୁଟ ଗସ୍ତ ସମୟରେ ଜିଲ୍ଳାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ହର ଘର ଜଳ, ଗ୍ରାମୀଣ
ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ


ଜୟପୁର, ୨୧ ଜୁଲାଇ (ହି.ସ.)- ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ଦୁଇ ଦିନିଆ କୋରାପୁଟ ଗସ୍ତ ସମୟରେ ଜିଲ୍ଳାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ହର ଘର ଜଳ, ଗ୍ରାମୀଣ ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ସମ୍ପର୍କରେ ଆଲୋଚନା କରିଥିଲେ | ସେହିପରି ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ସାହାଯ୍ୟରେ କାମ ଯୋଗେଇ ଦିଆ ଯାଉଛି ଏବଂ ଏହି ସଂଖ୍ୟା ବଢେଇବାକୁ ସମସ୍ତ ଅଧିକାରୀଙ୍କୁ କହିଥିଲେ । ସରକାର ଲୋକଙ୍କ ପାଇଁ କାମ କରୁଛି ଏବଂ ଏଥିପାଇଁ ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଲୋକଙ୍କ ଦରକାର ମୁତାବକ ପ୍ରକଳ୍ପ ହେଲେ ହିଁ ସମସ୍ୟା ର ସମାଧାନ ହେଇପାରିବ ବୋଲି ସେ କହିଥିଲେ । ବିଭାଗୀୟ ଅଧିକାରୀମାନେ ଚାହିଁଲେ ଜିଲାର ସମସ୍ୟା ଦୂର ହୋଇ ପାରିବ ବୋଲି ମନ୍ତ୍ରୀ କହିଥିଲେ।

ଏହି ସମୀକ୍ଷା ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଆଇଏଏସ ପ୍ରୋବେଶନର ସନ୍ତୋଷ କୁମାର ପାତ୍ର,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଳାର ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦର ଅଧିକାରୀ ଗୌରୀ ଦାସ, ହିମାଂଶୁ ଶତପଥୀ ଓ ଅଂଶୁମାନ ପ୍ରଧାନ, ଜୟନ୍ତ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande