ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍‌, କୋରାପୁଟ ଜିଲାରେ ପାଳନ ହେଉ ନାହିଁ ନିୟମ
ଜୟପୁର, ୨୧ ଜୁଲାଇ (ହି.ସ.)- ପେଟ୍ରୋଲ ପମ୍ପଗୁଡ଼ିକରେ ଏଣିକି ଖୋଲା ବୋତଲ କିମ୍ବା ପାତ୍ରରେ ପେଟ୍ରୋଲ ଦିଆଯିବ ନାହିଁ । କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ପେଟ୍ରୋଲ ଭରାଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମ ଜୁଲାଇ ୨୧, ୨୦୨୫ରୁ ଅର୍ଥାତ ଆଜି ଠାରୁ କାର୍ଯ୍ୟକାରୀ ହୋଇଛି । ପୂର୍
ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍‌, କୋରାପୁଟ ଜିଲାରେ ପାଳନ ହେଉ ନାହିଁ ନିୟମ


ଜୟପୁର, ୨୧ ଜୁଲାଇ (ହି.ସ.)- ପେଟ୍ରୋଲ ପମ୍ପଗୁଡ଼ିକରେ ଏଣିକି ଖୋଲା ବୋତଲ କିମ୍ବା ପାତ୍ରରେ ପେଟ୍ରୋଲ ଦିଆଯିବ ନାହିଁ । କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ପେଟ୍ରୋଲ ଭରାଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମ ଜୁଲାଇ ୨୧, ୨୦୨୫ରୁ ଅର୍ଥାତ ଆଜି ଠାରୁ କାର୍ଯ୍ୟକାରୀ ହୋଇଛି । ପୂର୍ବରୁ ମଧ୍ୟ ଏହି ନିୟମ ଥାଇ ପାଳନ ହେଉନଥିବା ଦେଖାଯାଇଥିଲା । ବାଲେଶ୍ୱର ଓ ବଳଙ୍ଗାରେ ସମ୍ପ୍ରତି ଘଟିଥିବା କିଛି ଅଘଟଣ ପରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ ନିଷ୍ପତ୍ତି ନେଇଛି । ଖୋଲା ପାତ୍ରରେ ପେଟ୍ରୋଲ ଦେବା ଯୋଗୁଁ ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଅଘଟଣ ଘଟୁଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି । ନିଷ୍ପତ୍ତି ନିଆଯାଇଛି ନିୟମକୁ କଡା କଡି ପାଳନ ମଧ୍ୟ କରିବାକୁ କୁହାଯାଇଛି । କିନ୍ତୁ କୋରାପୁଟ ଜିଲାରେ ଏହା ପାଳନ କରାଯାଉ ନଥିବା ଜଣାଯାଇଛି । ଆଜି ବି ଖୋଲା ବୋତଲ ଜାରରେ ପେଟ୍ରୋଲ ଦିଆଯାଉଛି । ଏହା ସହ ଦୋକାନ, ବଜାରରେ ମଧ୍ୟ ବୋତଲରେ ପେଟ୍ରୋଲ ବିକ୍ରୟ କରାଯାଇଛି । ବାଲେଶ୍ୱର ଓ ବଳଙ୍ଗାରେ ଘଟିଥିବା ଅଘଟଣ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଥିଲା । ତେଣୁ, ଏହାକୁ ରୋକିବା ପାଇଁ ଆସୋସିଏସନ ଏହି କଡ଼ା ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ, ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ, ଏହା କୋରାପୁଟ ଜିଲାରେ ପାଳନ ହେଉ ନଥିବା ଲକ୍ଷ୍ୟ କରାଯାଇଛି । ଗ୍ରାହକମାନଙ୍କୁ ମଧ୍ୟ ନିୟମ ପାଳନ କରି କେବଳ ଗାଡ଼ିରେ ପେଟ୍ରୋଲ ଭରିବାକୁ ଅନୁରୋଧ କରାଯାଇଛି । ଏହାଦ୍ୱାରା ସୁରକ୍ଷା ସହ ପେଟ୍ରୋଲ ପମ୍ପରେ ଅଘଟଣ ରୋକିବାରେ ସହାୟକ ହେବ ବୋଲି ଆସୋସିଏସନ ଆଶା ରଖିଛି । ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ୩ଟି ଡିପୋରେ ଲାଗୁ ହୋଇଛି । ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି । କିନ୍ତୁ, ଏଠାରେ ପାଳନ କରାଯାଉ ନଥିବା ବେଳେ ତୁରନ୍ତ ପ୍ରଶାସନ ତରଫରୁ ଉଦ୍ୟମ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande