ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀକୁ ସାତ ବର୍ଷ ଜେଲ ଓ ଜୋରିମାନା
Pocso court judgment News from Phulbani
ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀକୁ ସାତ ବର୍ଷ ଜେଲ ଓ ଜୋରିମାନା


କନ୍ଧମାଳ, ୨୧ ଜୁଲାଇ (ହି.ସ.)- କନ୍ଧମାଳ ଜିଲ୍ଲା ଦୌରା ଜଜ୍ଜ ତଥା ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ମନୋରଞ୍ଜନ ଦାସ ଆଜି ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ଅଭିଯୁକ୍ତ ସନ୍ତୋଷ ଓରଫ ସୂରଜ ଓରଫ ବାବୁ ଦିଗାଲକୁ ମାମଲାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ପୀଡିତାଙ୍କ ବୟାନ ଆଧାରରେ ଦୋଷୀ ସାବ୍ୟସ୍ତ କରି ତାକୁ ସାତ ବର୍ଷ ଜେଲ ଓ ୧୭ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ତାକୁ ଆଉ ଅଧିକ ୯ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଦର୍ଶାଇଛନ୍ତି ବିଚାରପତି । ଏଥିସହ ପୀଡିତାକୁ ଏକ ଲକ୍ଷ ପଚାସ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ।

ସୂଚନା ଅନୁସାରେ, ଗତ ୨୦୧୬ ମସିହା ସେପ୍ଟେମ୍ବର ମାସ ୨ ତାରିଖର ମାମଲାର ପୀଡିତାଙ୍କ ପରିବାର ପକ୍ଷରୁ ବାବୁ ଦିଗାଲ ବିରୋଧରେ ପିଡିତାଙ୍କୁ ଅପହରଣ ତା ସହିତ ଦୁଷ୍କର୍ମ କରିଥିବା ନେଇ ଫୁଲବାଣୀ ଟାଉନ ଥାନାରେ ଏକ ଅଭିଯେଗ ହୋଇଥିଲା । ଅଭିଯୋଗ ପ୍ରକାରେ ଫୁଲବାଣୀ ଟାଉନ ଥାନା ପୋଲିସ ଏକ ମାମଲା ୨୧୬/୨୦୧୬ ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା । ବିଚାରପତି, ଆଜି ସେହି ମାମଲାର ବିଚାର କରି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ମାମଲାକୁ ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ପରିଚାଳନା କରୁଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande