ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା, ୬ ସ୍ଥାନରେ ଭୀଷଣ ବର୍ଷା : କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ ୧୨୦.୩ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୧ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୬ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ ୧୨୦.୩ ମି.ମି. ବର୍ଷା ରେକର୍ଡ଼ ହ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା, ୬ ସ୍ଥାନରେ ଭୀଷଣ ବର୍ଷା : କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ ୧୨୦.୩ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୧ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୬ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ ୧୨୦.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି କେନ୍ଦୁଝର ଜିଲ୍ଲାର ତେଲକୋଇରେ ୮୬.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୮୫.୦ ମି.ମି., ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ୮୦.୪ ମି.ମି., ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ୭୮.୦ ମି.ମି., ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ୬୮.୨ ମି.ମି., ନୂଆପଡ଼ା ଜିଲ୍ଲାର ବୋଡେନରେ ୬୫.୦ ମି.ମି., କୋମନାରେ ୬୦.୦ ମି.ମି., ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଂଟିରେ ୬୦.୦ ମି.ମି., ନୂଆପଡ଼ା ଜିଲ୍ଲାର ସିନାପାଲିରେ ୫୮.୦ ମି.ମି., ବଲାଙ୍ଗିର ଜିଲ୍ଲାର ତୁରେଇକେଲାରେ ୫୭.୪ ମି.ମି., କନ୍ଧମାଳ ଜିଲ୍ଲାର କଳିଙ୍ଗାରେ ୫୪.୦ ମି.ମି. ଏବଂ ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ୫୧.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande