ଶିମଳା21 ଜୁଲାଇ (ହି.ସ.)- ହିମାଚଳ ପ୍ରଦେଶରେ ରାତିରୁ ହେଉଥିବା ପ୍ରବଳ
ବର୍ଷା ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରିଛି।ଅନେକ ଉପମଣ୍ଡଳରେ ଆଜି
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। ଚମ୍ବା
ଜିଲ୍ଲାରେ ବର୍ଷା ତାଣ୍ଡବ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ରାସ୍ତା
ବନ୍ଦ ରହିଛି। ଆଗାମୀ 72 ଘଣ୍ଟା ପାଇଁ ପାଣିପାଗ ବିଭାଗ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ
ଅରେଞ୍ଜ ଆର୍ଲଟ ଜାରି କରିଛି।
ରାଜ୍ୟର ମଣ୍ଡି, କାଙ୍ଗଡ଼ା, ଚମ୍ବା, ଶିମଳା, ସିରମୌର, ସୋଲନ, ଉନା, ବିଳାସପୁର, ହମିରପୁର ଏବଂ କୁଲୁ
ଜିଲ୍ଲାରେ ନିରନ୍ତର ପ୍ରବଳ ବର୍ଷା ହେଉଛି। ମଣ୍ଡି ଜିଲ୍ଲାର ଥୁନାଗ, ଶିମଳା ଜିଲ୍ଲାର ରୋହଡୁ, ଜୁବ୍ବଲ, କୁମାରସେନ, ଚୌପାଳ ଏବଂ ସୁନ୍ନିର ଜଲୋଗ ଉପତହସିଲ ସମେତ ଅନେକ ଉପମଣ୍ଡଳରେ
ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ଆଜି ବନ୍ଦ କରାଯାଇଛି। ଠିୟୋଗରେ ମଧ୍ୟସଂଯୋଗ କରୁଥିବା ରାସ୍ତା ବନ୍ଦ ହେବା ଯୋଗୁଁ
ଏସଡିଏମ ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା