ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଅନ୍ନଭୋଗ ବ୍ୟବସ୍ଥା
ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଅନ୍ନଭୋଗ ବ୍ୟବସ୍ଥା
ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଅନ୍ନଭୋଗ ବ୍ୟବସ୍ଥା


ସମ୍ବଲପୁର, ୨୧ ଜୁଲାଇ (ହି.ସ.)

ସମ୍ବଲପୁର ଦାନୀପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଶ୍ରାବଣ ଦ୍ୱିତିୟ ସୋମବାର ଅବସରରେ ଦୈନିକ ଅନ୍ନ ଭୋଗ ବିକ୍ରି ଆରମ୍ଭ ହୋଇଛି । କୁଲତା ସମାଜର ସଭାପତି କୃପାସିନ୍ଧୁ କମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ଦିରକୁ ପ୍ରତିଦିନ ଆସୁଥିବା ଭକ୍ତ ମାନଙ୍କ ସୁବିଧା ପାଇଁ ଅନ୍ନଭୋଗ ବିକ୍ରୟ ନେଇ ମନ୍ଦିର ମିଟୀ ଏବଂ କୁଲତା ସମାଜ ସମ୍ବଲପୁର ଏଭଲି ନିଷ୍ପତ୍ତି ନେଇଥିବା କହିଥିଲେ । ପ୍ରତିଦିନ ପୂର୍ବାହ୍ନ ସାଢେ ୯ଟା ମଧ୍ୟରେ ରେ ମନ୍ଦିରରେ କିମ୍ବା ମୋବାଇଲ ମାଧ୍ୟମରେ ଅଗ୍ରିମ ଅନ୍ନ ପ୍ରସାଦ ବୁକିଂ କରିପାରିବେ ବୋଲି କୁଲତା ସମାଜର ସମ୍ପାଦକ ରଞ୍ଜନ ପାତ୍ର ସୂଚନା ଦେଇଛନ୍ତି । ଅନ୍ନଭୋଗ ପରିଚାଳନା ପାଇଁ ସଦସ୍ୟା ଉର୍ମିଳା ବାରିକଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି ଅବସରରେ ଭକ୍ତ ଏବଂ ସଦସ୍ୟ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କାଯର୍‌ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଦେବୋତ୍ତମ ପ୍ରଧାନ, ହାରାଧନ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ,ଯଶୋବନ୍ତି ନାଏକ, ସମାରୁ ବାରିକ, ଦେବଦତ୍ତ ସାହୁ, ଅଭିରାମ ଖମାରୀ, ଦାୟାନିଧି ବିଶ୍ୱାଳ, ଛେଲିଆ ପ୍ରଧାନ, ସୁପ୍ରଭା ପ୍ରଧାନ, ଟଙ୍କଧର ବାରିକ, ର୍ନିମଳ ଚନ୍ଦ୍ର ପ୍ରଧାନ, ଦୀପକ ସ୍ବାଇଁ, ,ଜଟାଭୂଷଣ ସାହୁ, ସରୋଜ ପ୍ରଧାନ,ପ୍ରମୋଦ ରଞ୍ଜନ ପ୍ରଧାନ, ଦେବୀ ପ୍ରସାଦ ଭୋଇ, ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande