ମହରମ ପର୍ବରେ ଶାନ୍ତି ଓ ଭାଇଚାରା ଉପଲକ୍ଷେ ଭଦ୍ରକ ସ୍ୱାଭିମାନ ମଂଚ ପକ୍ଷରୁ ସମ୍ବର୍ଦ୍ଧନା ସଭା
ଭଦ୍ରକ, ୨୧ ଜୁଲାଇ (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ରାତ୍ରି ୮ ଘଟିକା ସମୟରେ ଭଦ୍ରକ ସ୍ୱାଭିମାନ ମଂଚ ପକ୍ଷରୁ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଗତ ୬ ତାରିଖ ରବିବାର ଭାଇଚାରା ସହର ଭଦ୍ରକ ରେ ପବିତ୍ର ମହରମ ପର୍ବ ଶାନ୍ତି ଓ ଶୃଙ୍ଖଳା ସହ ସମ୍ପନ୍ନ ହୋଇଥିଲା । ଡ଼ିଜେ ସା
SWABHIMAN MANCHA SAMBARDHANA SABHA


ଭଦ୍ରକ, ୨୧ ଜୁଲାଇ (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ରାତ୍ରି ୮ ଘଟିକା ସମୟରେ ଭଦ୍ରକ ସ୍ୱାଭିମାନ ମଂଚ ପକ୍ଷରୁ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଗତ ୬ ତାରିଖ ରବିବାର ଭାଇଚାରା ସହର ଭଦ୍ରକ ରେ ପବିତ୍ର ମହରମ ପର୍ବ ଶାନ୍ତି ଓ ଶୃଙ୍ଖଳା ସହ ସମ୍ପନ୍ନ ହୋଇଥିଲା । ଡ଼ିଜେ ସାଉଣ୍ଡକୁ ନିଷେଧ କରି ଭଦ୍ରକର ୪୦ ଗୋଟି କାଫେଲା ସହର ପରିକ୍ରମା କରି ନଂଘା ମହଲ୍ଲା ମସଜିଦ ସାମ୍ନାରେ ଓ ମଦିନା ମଇଦାନ ରେ ପହଂଚିଥିଲେ । ଏହି ଆୟୋଜକ ସଭାରେ ଭଦ୍ରକର ସମସ୍ତ ମସଜିଦର ମୌଲାନା (ପଣ୍ଡିତ) ମାନେ ଯୋଗଦାନ କରିଥିଲେ । ଏବଂ ଜାମା ମସଜିଦର ଇମାମ ମହମ୍ମଦ ସାଦିକ ହୋସେନଙ୍କ କୋରାନ ତିଲାୱତରୁ ଓ ସ୍ୱାଭିମାନ ମଂଚର ସଭାପତି ତଥା ଆଇନଜୀବୀ ଶେଖ ତାହେର ମହମ୍ମଦଙ୍କ ସଂଚାଳନ ରୁ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଭଦ୍ରକ ଅଡିନାସନାଲ ଏସପି ଡ଼ିଆଇ୍ୱି ଅଂଶୁମାନ ଦ୍ୱିବେଦୀ , ସମ୍ମାନିତ ଅତିଥି ଭାବେ ପୁରୁଣା ବଜ଼ାର ଥାନା ଅଧିକାରୀ ଶୁଶାନ୍ତ କୁମାର ସାହୁ, ଟାଉନଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର , ଗ୍ରାମାଂଚଳ ଥାନା ଅଧିକାରୀ ଦୟାନିଧି ଦାସ, ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ , ଭଦ୍ରକ ମୁସଲିମ ଜମାତ ଉପ-ସଭାପତି ମହମ୍ମଦ ଜକାଉଲ୍ଲା , ସାଧାରଣ ସମ୍ପାଦକ ହାଜି ଶେଖ ଇନାମ ମହମ୍ମଦ , ଟୋକା ଗଣେଷର ସଭାପତି ହରୀ ନନ୍ଦୀ, ବୁଢା ଗଣେଷର ସଭାପତି ଅଜୟ ସାହୁ ଓ ହାଜି ଇଂ. ମନାୱର ହୋସେନ ଯୋଗଦାନ କରିଥିଲେ । ଏବଂ ମଂଚ ପକ୍ଷରୁ ସର୍ବ ପ୍ରଥମେ ଅତିଥି ମାନଙ୍କୁ ଫୁଲ ତୋଡ଼ା ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଅତିଥି ମାନେ ତାଙ୍କ ବକ୍ତବ୍ୟରେ ଭଦ୍ରକର ପ୍ରତ୍ୟେକ ପର୍ବ ପର୍ବାଣୀରେ ଏକ ହୋଇ ହିନ୍ଦୁ / ମୁସଲମାନର ଭାଇଚାରା ଭଦ୍ରକରେ ଅତୁଟ ରହିଛି ଏବଂ କେତେ ଗୁଡିଏ କବିତା ପଢି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ । ଅତିଥିଦ୍ୱାରା ସ୍ପେସିଆଲ ବ୍ରାଂଚର ଆବିଦ ହୋସେନ , ମୁସଲିମ ଜମାତର ପ୍ରିଂଟି ମିଡ଼ିଆ ସଂଯୋଜକ ଶେଖ ଅନୱର (ବାବୁ) , ଶେଖ ଆମିର, ମୁସଲିମ ଜମାତର ଛଟିଆ ଲୋକମାନ ଖାନ, ଏମଏସଏଫ ର ସଭାପତି ଶେଖ ଇମଦାଦ ଏବଂ ସମସ୍ତ ବସ୍ତିର ସରଦାର ମାନଙ୍କୁ ଫୁଲତୋଡ଼ା ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ ସଭାକୁ ସମ୍ପାଦକ ଓସୀମ ଅଖତର ଖାନ, ଯୁଗ୍ମ ସମ୍ପାଦକ ଯହିରୁଦ୍ଦିନ ଖାନ , କୋଷାଧକ୍ଷ ଶେଖ ଜଲାଲ , ଶେଖ କଲାମ, ୟାସିନ ଖାନ, ହସନ ଖାନ , ଶେଖ ସାବିର ଓ ଶେଖ ରାଜୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏବଂ ଉପ- ସଭାପତି ସୁରେଶ ଶର୍ମା ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande