ଦୁଇ ମଦ୍ୟପ ଡ୍ରାଇଭର ଗିରଫ
ଜୟପୁର, ୨୧ ଜୁଲାଇ (ହି.ସ.) - ଅତ୍ୟଧିକ ମଦ୍ୟପାନ କରି ଗାଡି ଚଲାଉଥିବା ନେଇ ଆଜି ଜୟପୁର ସଦର ପୁଲିସ ଦୁଇଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ରାତି ଜୟପୁର ସଦରପୁଲିସ ପାଞ୍ଜିଆଗୁଡା ନିକଟରେ ପେଟ୍ରୋଲିଂଗ କରୁଥିବା ସମୟରେ ପାଞିଆଗୁଡାରୁ କୁନ୍ତରଖାଲ ଆସୁଥିବା ଢେପଗୁଡା ଅଂଚଳର
ଦୁଇ ମଦ୍ୟପ ଡ୍ରାଇଭର ଗିରଫ


ଜୟପୁର, ୨୧ ଜୁଲାଇ (ହି.ସ.) - ଅତ୍ୟଧିକ ମଦ୍ୟପାନ କରି ଗାଡି ଚଲାଉଥିବା ନେଇ ଆଜି ଜୟପୁର ସଦର ପୁଲିସ ଦୁଇଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ରାତି ଜୟପୁର ସଦରପୁଲିସ ପାଞ୍ଜିଆଗୁଡା ନିକଟରେ ପେଟ୍ରୋଲିଂଗ କରୁଥିବା ସମୟରେ ପାଞିଆଗୁଡାରୁ କୁନ୍ତରଖାଲ ଆସୁଥିବା ଢେପଗୁଡା ଅଂଚଳର ପି.ଚକ୍ରି(୨୬) ବାଇକ ଆରୋହି କୁ ଅଟକ ରଖି ଯାଂଚ କରିବା ସମୟରେ ସେ ମଦ୍ୟପାନ କରିଥିବା ଜଣାପଡିଥିଲା। ସେହିପରି ଅନ୍ୟଜଣେ କୋରାପୁଟ୍ ସଦରଥାନା ଅଂଚଳର ରାଜୁ କୁଲଦୀପ ଏକ ସ୍କୁଟିରେ ବାଲିଆରୁ ଜୟପୁର ଅଭିମୁଖେ ଆସୁଥିବା ସମୟରେ ତାକୁ ଅଟକ ରଖି ଚେକିଂ କରିବା ସମୟରେ ସେ ମଧ୍ୟ ମଦ୍ୟପାନ କରିଥିବା ଦେଖିବାକୁ ମିଳିଥିଲା। ଆଜି ଦୁଇଜଣ ମଦୁଆଙ୍କୁ ସଦରପୁଲିସ ଗିରଫ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande