ସାହାଣୀ କପ ଫୁଟବଲ ଟୁର୍ନାମେଣ୍ଟ ଷଷ୍ଠ ଦିନ, ଢେଙ୍କାନାଳ ସୁବର୍ଣ୍ଣପୁର ମ୍ୟାଚ ଡ୍ର
କେନ୍ଦୁଝର, 21 ଜୁଲାଇ (ହି.ସ.)
କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଣ୍ଟର ଷଷ୍ଠ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି l ବେଳେ ଆଜି ଢେଙ୍କାନାଳ ଏବଂ ସୁବର୍ଣ୍ଣପୁର ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଖେଳର କୌଣସି ଗୁରୁତ୍ୱ ନଥିଲl l ଆଜି ଅନୁଷ୍ଠିତ ଏହି ଖେଳରେ ଉଭୟ ଦଳ ଗୋଲ ଦେବାର କେତୋଟି ସୁଯୋଗ ପାଇଥିଲେ ମଧ୍ୟ ଦୁଇ ଦଳର ରାକ୍ଷଣଭାଗ ଅତି ଚମତ୍କାର ଖେଳ ପ୍ରଦର୍ଶନ କରି ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲେ lଏହି ଅନ୍ତିମ ଖେଲଟି ଗୋଲଶୂନ୍ୟ ଭାବେ ଅମୀମାଂସିତ ରହିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ l
ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ଅତିଥି ବରିଷ୍ଠ ଆଇନଜୀବୀ ତଥା କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସଦସ୍ୟ ଶିବ ନାରାୟଣ ମହାନ୍ତ, ବିଭୁତି ଭୂଷଣ ପ୍ରଧାନ ଏବଂ ବିଶିଷ୍ଠ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡାଙ୍କ ସହ ଖେଳାଳି ମାନଙ୍କୁ ପରିଚିତ କରାଇ ଦିଆ ଯାଇଥିଲା l ଆଜିର ଏହି ଖେଳରେ ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ ରଣା, କାଉନସିଲ ସଦସ୍ୟ , ରାଜକୁମାର ମିଶ୍ର,ସୁରେଶ ଚନ୍ଦ୍ର ରଣା, ଗିରୀଶ ଚନ୍ଦ୍ର ହୋତା, ପ୍ରଶାନ୍ତ ସାହୁ, ବୀରଭଦ୍ର ପରିଡା ଏବଂ ମାର୍କଣ୍ଡ ସାମଲ ପ୍ରମୁଖ ମଞ୍ଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ସେହିପରି ଦ୍ୱିତୀୟ ଖେଳରେ ଉତ୍କଳମଣି ବେହେରା ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ରତ୍ନାକର ସୋରେନ ଓ ଜଗନ୍ନାଥ କହ୍ନର ସହାୟତା କରିଥିଲେ l ଚତୁର୍ଥ ରେଫରୀ ଥିଲେ ରାଇମୋହନ ମୁର୍ମୁ l ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଫାଓର ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡେଇ କେନ୍ଦୁଝର ଜୋନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ସଞ୍ଜୟ କୁମାର ନାଏକ, କରୁଣାକର ବେହେରା ଓ ସନ୍ତୋଷ ମହାରଣା ଚୟନକର୍ତ୍ତା ଭାବେ ସୁରେଶ କୁମାର ଦାଶ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ l ଆସନ୍ତାକାଲି ବିଶ୍ରାମ ଦିବସରେ ତାରିଣୀ ଫୁଟବଲ ଏକାଡେମୀ ଓ ଜେଏସଡବ୍ଲୁ ଫାଉଣ୍ଡେସନ ମଧ୍ୟରେ ଏକ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA