କେନ୍ଦୁଝର, ୨୧ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ଣ୍ଣାମେଂଟର ଖେଳ ଅନୁଷ୍ଠିତ ହେଉଛି । ଆସନ୍ତାକାଲି ବିଶ୍ରାମ ଦିବସରେ ତାରିଣୀ ଫୁଟବଲ ଏକାଡେମୀ ଓ ଜେଏସଡବ୍ଲୁ ଫାଉଣ୍ଡେସନ ମଧ୍ୟରେ ଏକ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA