ସମ୍ବଲପୁର, ୨୧ ଜୁଲାଇ(ହି.ସ.) – ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହୁତି ମାମଲାର ନ୍ୟାୟିକ ତଦନ୍ତ ଏବଂ କ୍ରମ ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନାର, ଆଇନ ଶୃଙ୍ଖଳା ସମସ୍ୟାର ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ସ୍ଥନୀୟ ଉତରାଂଚଳ ରାଜସ୍ୱ କମିସନର(ଆରଡିସି) କାର୍ଯ୍ୟାଳୟ ଆଗରେ ଗଣବିକ୍ଷୋଭ, ଘେରାଉ ସହିତ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ରାଜସ୍ୱ ଡିଭିଜନ ଅନ୍ତର୍ଗତ ୧୨ଟି ଜିଲ୍ଲାର ବିଜେଡି ବିଧାୟକ, କର୍ମକର୍ତା, ବରିଷ୍ଠ ନେତା ଓ ଦଳର ସମସ୍ତ ଛାମୁଆ ସଂଗଠନ ମାନଙ୍କର କର୍ମୀମାନେ ଅଂଶଗ୍ରହଣ କରିଥିଲେ। ଏମାନେ ଟାଉନ ହଲ ପଡିଆ ଠାରୁ ଏକ ବିଶାଳ ପଟୁଆର ରେ ବାହାରି ବିକ୍ଷୋଭ ସ୍ଥଳରେ ପହଂଚିଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦଳର ଉପ ସଭାପତି ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ସଭାପତି ରୋହିତ ପୂଜାରୀ, ବିଧାୟକ ନିରଞ୍ଜନ ପୂଜାରୀ, ଅଧୀରାଜ ପାଣିଗ୍ରାହୀ, କଳିକେଶ ନାରାୟଣ ସିଂହଦେଓ, ଶାରଦା ନାୟକ, ଯୋଗେଶ ସିଂହ, ନଳିନୀ କାନ୍ତ ପ୍ରଧାନ, ବର୍ଷା ସିଂହ ବିରିହା, ରାଜେନ୍ଦ୍ର ଢୋଲକିଆ, ରୋମାଂଚ ରଞ୍ଜନ ବିଶ୍ୱାଲ ଏବଂ ସୁଦର୍ଶନ ହରିପାଳ, ଅଭିମନ୍ୟୁ ସେଠି, ପ୍ରାକ୍ତନ ସାଂସଦ ମହେଶ ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ରିତା ସାହୁ, ସ୍ନେଗାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ସରୋଜ ମେହେର, ଦେବେଶ ଆଚାର୍ଯ୍ୟ, ରଜନୀ କାନ୍ତ ସିଂହ, ସୁଧୀର ସାମଲ, ମୁକେଶ ପାଲ, ଆୟୁବ ଖାନ, ଲମ୍ବୋଦର ଲମ୍ବୋଦର ନିଆଳ, ସୁବ୍ରତ ତରାଇ, ରାଜେଦ୍ର ଛତରିଆ, ଅନିଲ ବାର୍ଲା ଏବଂ ଅଳକା ମହାନ୍ତି, ଯୁବନେତା ସଞ୍ଜୟ ବାବୁ, ମନୋଜ ମହାପାତ୍ର, ଅରୁଣ ପ୍ରଧାନ, ବିନୋଦ ବଡପଣ୍ଡା, ଶୁଭ୍ରାଂଶୁ ପାଢ଼ୀ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବିଭିନ୍ନ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଜିଲ୍ଲା ବିଜେଡି ସଭାପତି ବୃନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ