ଉପବିଭାଗୀୟ ଅଧିକାରୀମାନେ ନିଷ୍ଠା ଓ ଅନ୍ତରିକତାର ସହ ସରକାରୀ କାର୍ଯ୍ୟ ତୁଲାଇବା ଉଚିତ : ବାଚସ୍ପତି
ଭୁବନେଶ୍ୱର, 21 ଜୁଲାଇ (ହି.ସ.) ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ଜନସହଯୋଗ ଦ୍ୱାରା ରାଜ୍ୟ ଓ ଦେଶର ପ୍ରତ୍ୟେକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ଓ ତା’ର ସୁବିଧା ଜନସାଧାରଣ ପାଇପାରିବେ । ଅଧିକାରୀମାନଙ୍କ କର୍ତ୍ତବ୍ୟ, ମହତ ଚିନ୍ତାଧାରା କାର୍ଯ୍ୟରେ ରୂପାନ୍ତରିତ ହୋଇପାରିଲ
ଉପବିଭାଗୀୟ     ଅଧିକାରୀମାନେ ନିଷ୍ଠା ଓ ଅନ୍ତରିକତାର ସହ ସରକାରୀ କାର୍ଯ୍ୟ ତୁଲାଇବା ଉଚିତ : ବାଚସ୍ପତି


ଭୁବନେଶ୍ୱର, 21 ଜୁଲାଇ (ହି.ସ.) ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ଜନସହଯୋଗ ଦ୍ୱାରା ରାଜ୍ୟ ଓ ଦେଶର ପ୍ରତ୍ୟେକ

କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ଓ ତା’ର ସୁବିଧା ଜନସାଧାରଣ ପାଇପାରିବେ । ଅଧିକାରୀମାନଙ୍କ କର୍ତ୍ତବ୍ୟ, ମହତ ଚିନ୍ତାଧାରା କାର୍ଯ୍ୟରେ ରୂପାନ୍ତରିତ ହୋଇପାରିଲେ ସମାଜର

ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ତେଣୁ ପ୍ରତ୍ୟେକ ଅଧିକାରୀ ସରକାରଙ୍କ କାର୍ଯ୍ୟକୁ

ସୁଚାରୁ ରୂପେ ପରିଚାଳନା କରିବା ଦ୍ୱାରା ଆମ ରାଜ୍ୟର ଅଶେଷ ଉପକାର ସାଧିତ ହୋଇପାରିବ ବୋଲି

ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି ।

ରାଜ୍ୟ ସଚିବାଳୟର ନବନିଯୁକ୍ତ ତାଲିମ ଗ୍ରହଣକାରୀ ଉପବିଭାଗୀୟ

ଅଧିକାରୀମାନେ ବିଧାନସଭାର କାର୍ଯ୍ୟାବଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ

ଆସିଥିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି କହିଲେ ଯେ ବିଧାନସଭାର

କାର୍ଯ୍ୟାବଳୀକୁ ସୁନିଶ୍ଚିତ ତଥା ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ଓ

କାର୍ଯ୍ୟ ପରିଚାଳନା ନିୟମାବଳୀ ପ୍ରଣୀତ ହୋଇଛି । ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ଶାସନ

ବ୍ୟବସ୍ଥାର ବିକେନ୍ଦ୍ରୀକରଣ । ଶାସକ ଓ ଶାସିତମାନଙ୍କ ମଧ୍ୟରେ ସୁନ୍ଦର ସମନ୍ୱୟ କ୍ଷେତ୍ରରେ

ଅଧିକାରୀମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଚାକିରି ଜୀବନରେ ଅନୁଭୂତି ଓ ଅଭିଜ୍ଞତା

ଅର୍ଜନ କରିବା ପାଇଁ ସୁଯୋଗ ମିଳିଥାଏ । ଏହି ସୁଯୋଗର ସଦ୍‌ବ୍ୟବହାର କରି ଜନସାଧାରଣ ନିକଟରେ

ଯୋଜନାର ସୁଫଳ ପହଞ୍ଚାଇବାରେ ସମସ୍ତେ ଦାୟିତ୍ୱବାନ୍‌ ହୋଇ କାର୍ଯ୍ୟ କରିବା ଦରକାର । ତା’ହେଲେ ଯାଇ ରାଜ୍ୟର ଉନ୍ନତି ଓ ପ୍ରଗତି ସମ୍ଭବ ହୋଇପାରିବ ବୋଲି

ବାଚସ୍ପତି ଉଲ୍ଲେଖ କରିଥିଲେ ।

ଏହି ଅବସରରେ

ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ,

ଗବେଷଣା ଶାଖାର

ନିର୍ଦ୍ଦେଶକ ଡ. ତ୍ରିବିକ୍ରମ ପ୍ରଧାନ,

ଯୁଗ୍ମ ସଚିବ ଶ୍ରୀ

ସତୀଶ ମିଶ୍ର ଓ ବିଦ୍ୟାଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande