ପୁରୀ, ୨୧ ଜୁଲାଇ (ହି.ସ.)- ଶ୍ରୀମନ୍ଦିରରେ ଆଜି ସକାଳ ୭ଟା ୧୫ରେ ଶ୍ରୀବିଗ୍ରହଙ୍କ ଅବକାଶ ନୀତି ଶେଷ ହୋଇ ଭିତର କାଠ ଦର୍ଶନ ଚାଲିଥିବା ବେଳେ ଜନୈକ ବ୍ୟକ୍ତି ବାନ୍ତି କରିବା ଦୃଷ୍ଟିଗୋଚର ହେବାରୁ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ୮ଟା ୨୦ ରେ ଧୁଆଧୁଇ ହୋଇ ଚୁନପାଣି ପଡିଥିଲା । ୮ଟା ୩୫ରେ ସିଂହାସନ ଧୁଆ ହେବା ସହ ମହାସ୍ନାନ ପୂଜା ଠା ହୋଇଥିଲା । ୮ଟା ୪୦ରେ ମହାସ୍ନାନ ପୂଜା ହୋଇ ୮ଟା ୫୦ ରେ ଶେଷ ହୋଇଥିଲା । ୮ଟା ୫୫ ରେ ମଇଲମ ହୋଇ ୯ଟାରେ ରୋଷହୋମ ନୀତି ଅନୁଷ୍ଠିତ ହୋଇଥିଲା । ଏହି ବଡ ମହାସ୍ନାନ ନୀତି ଯୋଗୁଁ ୧ ଘଂଟା ନୀତି ବିଳମ୍ବ ହୋଇଥିଲା ଏବଂ ଦର୍ଶନ ବନ୍ଦ ରହିଥିଲା । ପରେ ଯଥାରିତି ଦର୍ଶନ ଚାଲୁ ରହିଛି ।ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ