ବିହାର ବିଧାନସଭାରେ ୫୭୯୪୬.୨୫ କୋଟି ଟଙ୍କାର ପରିପୂରକ ବଜେଟ୍ ଉପସ୍ଥାପିତ
ପାଟନା, ୨୧ ଜୁଲାଇ (ହି.ସ.)- ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିହାର ବିଧାନସଭାରେ ୫୭୯୪୬.୨୫ କୋଟି ଟଙ୍କାର ପରିପୂରକ ବଜେଟ୍ ଉପସ୍ଥାପିତ ହୋଇଛି । ବିଧାନସଭାରେ ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ସମ୍ରାଟ ଚୌଧୁରୀ ବିଧାନସଭା ଟେବୁଲରେ ପରିପୂରକ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ୨୦୨୫-୨୬ ଆର୍ôଥକ ବର୍ଷର ପ୍
ବିହାର ବିଧାନସଭାରେ ୫୭୯୪୬.୨୫ କୋଟି ଟଙ୍କାର ପରିପୂରକ ବଜେଟ୍ ଉପସ୍ଥାପିତ


ପାଟନା, ୨୧ ଜୁଲାଇ (ହି.ସ.)- ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିହାର ବିଧାନସଭାରେ ୫୭୯୪୬.୨୫ କୋଟି ଟଙ୍କାର ପରିପୂରକ ବଜେଟ୍ ଉପସ୍ଥାପିତ ହୋଇଛି । ବିଧାନସଭାରେ ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ସମ୍ରାଟ ଚୌଧୁରୀ ବିଧାନସଭା ଟେବୁଲରେ ପରିପୂରକ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ପରିପୂରକ ବଜେଟ୍ । ଏହା ପରେ ହଟ୍ଟଗୋଳ ମଧ୍ୟରେ ବିଧାନସଭାର କାର୍ଯ୍ୟକୁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ଶ୍ରମ ମନ୍ତ୍ରୀ ସନ୍ତୋଷ ସିଂହ ବିହାର ବିଧାନସଭା ପରିଷଦରେ ୫୭,୯୪୬.୨୫ କୋଟି ଟଙ୍କାର ପ୍ରଥମ ପରିପୂରକ ଖର୍ଚ୍ଚ ବିବରଣୀ ଉପସ୍ଥାପନ କରିଛନ୍ତି । ଏଥିରେ ବାର୍ଷିକ ଯୋଜନାରେ ୩୬,୧୬୯ କୋଟି ଟଙ୍କା, ପ୍ରତିଷ୍ଠା ଶୀର୍ଷରେ ୨୧,୭୭୩ କୋଟି ଟଙ୍କା ଏବଂ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ବାଦଦରେ ୩.୬୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ସାମାଜିକ ସୁରକ୍ଷା ପେନସନ ପାଇଁ ସର୍ବାଧିକ ପରିମାଣର ଅର୍ଥ ପ୍ରଦାନ କରାଯାଇଛି । ଅତିରିକ୍ତ ବଜେଟ୍ ପରେ, ଶୋକ ପ୍ରସ୍ତାବ ସହିତ ବିଧାନସଭାର କାର୍ଯ୍ୟକୁ ମୁଲତବୀ ରଖାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande