କେନ୍ଦୁଝର, ୨୧ ଜୁଲାଇ (ହି.ସ.)- କେନ୍ଦୁଝରରେ କାର୍ଯ୍ୟରତ କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଅନୁଗୁଳ ସ୍ଥିତ ଘରେ ଗତକାଲି ଭିଜିଲାନ୍ସ ବିଭାଗ ଦ୍ବାରା ଚଢଉ କରାଯାଇଥିଲା। ଆଜି କେନ୍ଦୁଝର ସ୍ଥିତ ସରକାରି ବାସଭବନରେ ଚଢଉ କରିଛି ଭିଜିଲାନ୍ସ ବିଭାଗ। ଏହି ଚଢଉ ବେଳେ ୮.୫ ଲକ୍ଷ ଟଙ୍କା ନଗଦ ସହ ଜୀବନ ବିମା, ବହୁ ବ୍ୟାଙ୍କ ପାସବୁକ ଆଦି ଜବତ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି। ଏହା ସହ ତାଙ୍କର ପରିବାର ଲୋକଙ୍କ ନାମରେ ପଚାଶ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA