ଜୟପୁର, ୨୧ ଜୁଲାଇ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କୋରାପୁଟ ଜିଲ୍ଲା ବିକ୍ରମଦେବ ବିଶ୍ଵବିଦ୍ୟାଳୟର +୩ ର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଶ୍ଵବିଦ୍ୟାଳୟର କୁଳପତି ଦେବୀ ପ୍ରସାଦ ମିଶ୍ରଙ୍କ ସହିତ ଭେଟି ପରୀକ୍ଷାଫଳ ପ୍ରକାଶ ବିଳମ୍ୱ ସମ୍ପର୍କରେ ଅବଗତ କରାଇଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷ ଠାରୁ ସ୍ନାତକ ପରୀକ୍ଷାଫଳ ପ୍ରକାଶ ହୋଇନାହିଁ। ଯାହା ଏକ ଦୁଃଖ ଏବଂ ପରିତାପର ବିଷୟ ଅଟେ। ହଜାର ହଜାର ଶିକ୍ଷାର୍ଥୀ ପରୀକ୍ଷା ପରେ ପରୀକ୍ଷା ଦେଉଛନ୍ତି ସତ କିନ୍ତୁ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଏତେ ଦିନ ବିତିଗଲାଣି। ତେଣୁ ଏ ସଂପର୍କରେ କୁଳପତି ଶ୍ରୀ ମିଶ୍ର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ଵସନା ଦେଇଛନ୍ତି। ଏଥି ସହିତ କୁଳପତି ମିଶ୍ର ଏ ଦାବି ଶୁଣିବା ପରେ ତ୍ୱରିତ ଭାବରେ କହିଛନ୍ତି ଯେ, ୨୦୨୩-୨୪ ଶିକ୍ଷାବର୍ଷର ପ୍ରଥମ ସେମିଷ୍ଟର କଳା ବିଭାଗର ପରୀକ୍ଷାଫଳ ୭ ଦିନ ମଧ୍ୟରେ ପ୍ରକାଶ ପାଇବା ସହିତ ଦ୍ଵିତୀୟ ସେମିଷ୍ଟରର କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ପରୀକ୍ଷାଫଳ ୨୦ ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି କୁଳପତି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏହି ଦାବି ସମ୍ପୂର୍ଣ୍ଣ ସମାଧାନ ନ ହୁଏ ଏବିଭିପି ଆନ୍ଦୋଳନର ପନ୍ଥାକୁ ଆପଣେଇବ ବୋଲି ସୂଚେଇ ଦେଇଛି।
ଛାତ୍ର ନେତା ମୋନଜ ସାହୁ, ଶିବାନନ୍ଦ ପାତ୍ର, ଶ୍ରାବଣୀ ପଟନାୟକ, ଅଜିତ ଦାସ, ଅଙ୍କିତା ମହାପାତ୍ର, ଶୁଭଶ୍ରୀ ମିଶ୍ର, ନିରୁ ମୁଦୁଲି, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ଘାସିରାମ ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି