ଯୁବକଙ୍କୁ ପିଟି ପିଟି ହତ୍ୟା: ଥାନାରେ ୭ ଜଣ ଅଟକ
ସମ୍ବଲପୁର, ୨୧ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଠେଲକଲୋଇ ଥାନା ଅନ୍ତର୍ଗତ ବୋମାଲୋଇ ଗ୍ରାମରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ପୋଲିସ ଏହି ମାମଲାରେ ୭ ଜଣଙ୍କୁ ଅଟକ ରଖିଥିବାର ଜଣାପଡିଛି। ସୂଚନାଯୋଗ୍ୟ ଶନିବାର ଦିନ ରାତି ୮ଟା ସମୟରେ ବିମାଲୋଇର ଜନ୍ମେଜୟ କିଷାନ(୨୯)ଙ୍
ଯୁବକଙ୍କୁ ପିଟି ପିଟି ହତ୍ୟା: ଥାନାରେ ୭ ଜଣ ଅଟକ


ସମ୍ବଲପୁର, ୨୧ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଠେଲକଲୋଇ ଥାନା ଅନ୍ତର୍ଗତ ବୋମାଲୋଇ ଗ୍ରାମରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ପୋଲିସ ଏହି ମାମଲାରେ ୭ ଜଣଙ୍କୁ ଅଟକ ରଖିଥିବାର ଜଣାପଡିଛି। ସୂଚନାଯୋଗ୍ୟ ଶନିବାର ଦିନ ରାତି ୮ଟା ସମୟରେ ବିମାଲୋଇର ଜନ୍ମେଜୟ କିଷାନ(୨୯)ଙ୍କୁ ପାର୍ଟି କରିବା ପାଇଁ ସାତ ଆଠ ଜଣ ସାଙ୍ଗ ଗ୍ରାମର କଂଟାପଡ଼ା ଶ୍ମଶାନ ଘାଟ ପାଖକୁ ଡାକି ଥିଲେ। ସମସ୍ତେ ପାର୍ଟି କରିଥିବା ସମୟରେ ବଚସା ହୋଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ଗଣ୍ଡଗୋଳରେ ଉତ୍ୟକ୍ତ ହୋଇ ପ୍ରାୟ ସାତ ଆଠ ଜଣ ସେମାନଙ୍କ ମଧ୍ୟରୁ ମିଶି ବଡି, ହାତେ ପିନ୍ଧି ଥିବା ବଲା ଓ ଫାଇବର ଯୋଗେ ଜନ୍ମେଜୟ କିଶାନ ଙ୍କୁ ପିଟି ପିଟି କରିଦେଇଥିଲେ। ଖବର ପାଇ ଠେଲକଲୋଇ ପୋଲିସ ଘଟଣାସ୍ଥଳକୁ ପହଂଚି ଯନ୍ମଜୟଙ୍କୁ ଝାରସୁଗୁଡ଼ା ଡାକ୍ତରଖାନା କୁ ପଠାଇ ଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ କୁ ହସ୍ତାନ୍ତର କରିଥିଲା। ଆଜି ଘଟଣାସ୍ଥଳକୁ ସାଇନ୍ତିଫିକ ଦଳ ପହଂଚି ତଦନ୍ତ କରିଛି। ପୋଲିସ ବିଭିନ୍ନ ସ୍ଥାନ ରେ ଚଢାଉ କରି ୭ ଜଣଙ୍କୁ ଅଟକ ରଖିଛି। ପରିବାର ଲୋକେ କହିବା ଅନୁସାରେ ଗତ ଫେବୃଆରୀ ମାସରେ ଅଭିଯୁକ୍ତମାନଙ୍କ ସହିତ ଜନ୍ମଜୟଙ୍କ ଗଣ୍ଡଗୋଳ ହୋଇ ମାଡ଼ ପିଟ ହୋଇଥିଲା। ପରିବାର ଲୋକେ କହୁଛନ୍ତି ଜେ ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ର କରି ଯୋଜନାବଦ୍ଧ ଭାବରେ ଜନ୍ମେଜୟଙ୍କୁ ହତ୍ୟା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande