ଧର୍ମଶାଳା,୨୧ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳାର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗରିବ ଓ ଅବହେଳିତ ପରିବାରକୁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଆଜି ଧର୍ମଶାଳା ବ୍ଲକ କୁମାରୀ ଅଂଚଳରେ ଏକ ଗରିବ ପରିବାରକୁ ଅର୍ଥରାଶି ସହାୟତା ପ୍ରଦାନ କରାଯାଇଛି । ସୂଚନା ମୁତାବକ କୁମାରୀ ଗ୍ରମରେ ରହୁଥିବା କ୍ଷେତ୍ରବାସୀ ସାହୁ ଜଣେ ଗରିବ ଲୋକ ହୋଇଥିବା ବେଳେ ତାଙ୍କର ନାତୁଣୀ (ଝିଅର ଝିଅ ) ଏକୋଇସା ଲାଗି ଅର୍ଥ ଆବଶ୍ୟକ ରହିଥିବାରୁ ଖବର ପାଇ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶକ୍ରମେ ଟ୍ରଷ୍ଟର ସଦସ୍ୟମାନେ ତାଙ୍କ ଘରେ ପହଁଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ