ଭୁବନେଶ୍ୱର, 21 ଜୁଲାଇ (ହି.ସ.) - ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା
ଯଦୁପୁର ଠାରେ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ଉପସ୍ଥିତରେ ଏକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ଵାସ୍ଥ୍ୟ କେନ୍ଦ୍ର ଲୋକାର୍ପଣ କରାଯାଇଛି।ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗଙ୍କ
ଦ୍ଵାରା ଲୋକାର୍ପିତ ହୋଇଛି ଏହି କେନ୍ଦ୍ର।
ଏହି ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ଏବଂ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି।ଏହି ଉପ ସ୍ଵାସ୍ଥ୍ୟ କେନ୍ଦ୍ର ଦ୍ଵାରା ସ୍ଥାନୀୟ
ଅଞ୍ଚଳର ଜନସାଧାରଣ ପାଖାପାଖି ୧୨୦ ପ୍ରକାରର ଔଷଧ ଏବଂ ୧୬ ଟି ଦେୟମୁକ୍ତ ସ୍ବାସ୍ଥ୍ୟ ପରୀକ୍ଷାର
ସୁବିଧା ପାଇବେ। ଏହା ମାଧ୍ୟମରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ ହେବ, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଖୁସିବ୍ୟକ୍ତ କରିବା ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ
ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା