ଧର୍ମଶାଳା,୨୧ଜୁଲାଇ(ହି.ସ.) - ଦିନକୁ ଦିନ ରାଜ୍ୟରେ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ଜନସାଧାରଣଙ୍କୁ ସଚେନତା କରାଯାଉଥିଲେ ମଧ୍ୟ ଠକେଇରେ ରୋକ ଲାଗି ପାରୁ ନାହିଁ । ଅଭିନବ ଉପରେ ଯାଜପୁର ଜିଲା ରସୁଲପୁର ବ୍ଲକ ମଧୁବନ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବ୍ରହ୍ମବରଦା ପଂଚାୟତର ୨ଜଣ ଗର୍ଭବତୀ ମହିଳାଙ୍କ ଚଳନ୍ତି ଜମା ଖାତାରୁ ମମତା ଯୋଜନା ଟଙ୍କା ନାମରେ ସାଇବର ଠକେଇ ହୋଇଥିବା ଜଣାପଡିଛି । ଅଭିଯୋଗ ମୁତାବକ,ବ୍ରହ୍ମବରଦା ପଂଚାୟତ ପଠାଣ ମହଲାର ଦୁଇ ଜଣ ମହିଳାଙ୍କ ଚଳନ୍ତି ଜମା ଖାତରୁ ମୋଟ ୧୫ ହଜାର ଟଙ୍କା ଠକି ନେଇଥିବା ବେଳେ ଜଣେ ମହିଳା ମହିଳା ବ୍ରହ୍ମବରଦା ଥାନା ଓ ଅନ୍ୟ ଜଣେ ମହିଳା ଗୁଲନାଦ ଜାହାଁ ରସୁଲପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ପରେ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆଜି ସମାଜିକ କର୍ମୀ ମଂଟୁ ଦାସ ଏନେଇ ଯାଜପୁର ଜିଲାପାଳ ପି ଅ୍େନସା ରେଡ୍ଡୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗର ଗୁରୁତ୍ୱକୁ ଳକ୍ଷ୍ୟ କରି ଜିଲାପାଳ ଯାଜପୁର ଆରକ୍ଷୀ ଅଧିକ୍ଷକ ଓ ସିଡିଏମ୍ଓଙ୍କୁ ତୁରନ୍ତ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଦୁଇ ମହିଳାଙ୍କ ନିକଟକୁ ଭୁବନେଶ୍ୱର ବିଭାଗୀୟ କାର୍ଯ୍ୟାଳୟରୁ ଅବିନାଶ ନାମକ ଏକ ବ୍ୟକ୍ତି ନିଜକୁ ବିଭାଗୀୟ ଅଧିକାରୀ ପରିଚୟ ଦେଇ ହିତାଧିକାରୀଙ୍କ ନିକଟକୁ ଫୋନ କରିଥିଲେ । ଏହି ସମୟରେ ଉକ୍ତ ଅଂଚଳର ଆଶା କର୍ମୀଙ୍କୁ କନଫରେନ୍ସ କଲ କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ପରେ ମମତା ଯୋଜନାର ଟଙ୍କା ପାଇବାକୁ ହେଲେ ସେଥିରେ କ୍ଲିକ କରି ନିଜର ଲାଭାଂଶ ଟଙ୍କା ସଂଗେସଂଗେ ମିଳି ଯିବ ବୋଲି କହିଥିଲେ । ଦୁହେଁ କ୍ଲିକ୍ କରିବା ପରେ ସେମାନଙ୍କ ଚଳନ୍ତି ଜମା ଖାତାରୁ ୧୦ ଓ ଅନ୍ୟ ଜଣଙ୍କ ଖାତାରୁ ୫ ହଜାର ଟଙ୍କା ଠକି ନେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ