ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା, ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ କମିଟି ଗଠନ
ଭୁବନେଶ୍ୱର, 21 ଜୁଲାଇ (ହି.ସ.) - ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଘଟଣାରେ ଅନୁଧ୍ୟାନ କରିବ ପ୍ରଦେଶ କଂଗ୍ରେସ ତଥ୍ୟ ଅନୁଧ୍ୟାନ କମିଟି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ 6 ଜଣିଆ ଏକ ତଥ୍ୟ ଅନୁଧ୍ୟା
ଦୁଷ୍କର୍ମ ଅଭିଯୋଗରେ ଉଦିତ     ପ୍ରଧାନ ଗିରଫ ଘଟଣା, ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ କମିଟି ଗଠନ


ଭୁବନେଶ୍ୱର, 21 ଜୁଲାଇ (ହି.ସ.)

- ରାଜ୍ୟ ଛାତ୍ର

କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଘଟଣାରେ ଅନୁଧ୍ୟାନ କରିବ

ପ୍ରଦେଶ କଂଗ୍ରେସ ତଥ୍ୟ ଅନୁଧ୍ୟାନ କମିଟି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ

ଦାସ 6 ଜଣିଆ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। କମିଟି ଖୁବଶୀଘ୍ର ଅଭିଯୋଗକାରିଣିକୁ

ଭେଟି ତାଙ୍କ ସହିତ ଆଲୋଚନା କରିବେ ଏବଂ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ

କରିବାପାଇଁ ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

କମିଟି ଅଧକ୍ଷ ଭାବେ ରହିବେ

ପିସିସି ଉପ ସଭାପତି ସସ୍ମିତା ବେହେରା, ଅନ୍ୟ ସଦସ୍ୟ ମାନଙ୍କ ଭିତରେ ରହିବେ ସୋଫିଆ ଫିରଦୋଷ, ଦେବସ୍ମିତା ବର୍ମା, ସୋନାଲି ସାହୁ, ଜୟଶ୍ରୀ ମହାପାତ୍ର, ଏବଂ ମନୀଷା ଦାସ

ପଟ୍ଟନାୟକ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande