ମୁମ୍ବାଇ ଏୟାରପୋର୍ଟରେ ପ୍ରବଳ ବର୍ଷା କାରଣରୁ ଖସିଲା ଏୟାର ଇଣ୍ଡିଆର ବିମାନ, ଯାତ୍ରୀ ସୁରକ୍ଷିତ
ମୁମ୍ବାଇ, 21 ଜୁଲାଇ (ହି.ସ.)-ସୋମବାର ଦିନ କୋଚ୍ଚିରୁ ମୁମ୍ବାଇକୁ ଆସୁଥିବା ଏୟାର୍ ଇଣ୍ଡିଆର ବିମାନ ଏଆଇ ୨୭୪୪, ମୁମ୍ବାଇ ବିମାନବନ୍ଦରର ରନୱେରେ ପ୍ରବଳ ବର୍ଷା ମଧ୍ୟରେ ଲ୍ୟାଣ୍ଡ କରୁଥିବା ବେଳେ ଖସିଯାଇଥିଲା ଓ ବିମାନର ତିନୋଟି ଟାୟାର୍ ଫାଟିଯାଇଛି । ପାଇଲଟ୍‌ଙ୍କ ଉପସ୍ଥିତ
ମୁମ୍ବାଇ ଏୟାରପୋର୍ଟରେ ପ୍ରବଳ     ବର୍ଷା କାରଣରୁ ଖସିଲା ଏୟାର ଇଣ୍ଡିଆର ବିମାନ, ଯାତ୍ରୀ ସୁରକ୍ଷିତ


ମୁମ୍ବାଇ, 21 ଜୁଲାଇ (ହି.ସ.)-ସୋମବାର ଦିନ

କୋଚ୍ଚିରୁ ମୁମ୍ବାଇକୁ ଆସୁଥିବା ଏୟାର୍ ଇଣ୍ଡିଆର ବିମାନ ଏଆଇ ୨୭୪୪,

ମୁମ୍ବାଇ ବିମାନବନ୍ଦରର ରନୱେରେ ପ୍ରବଳ ବର୍ଷା ମଧ୍ୟରେ ଲ୍ୟାଣ୍ଡ କରୁଥିବା ବେଳେ ଖସିଯାଇଥିଲା ଓ ବିମାନର ତିନୋଟି

ଟାୟାର୍ ଫାଟିଯାଇଛି ।

ପାଇଲଟ୍‌ଙ୍କ ଉପସ୍ଥିତ

ବୁଦ୍ଧି ଯୋଗୁ ଏକ ବଡ ଅଘଟଣ ଟଳିଯାଇଛି । ଏହି ଘଟଣାରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। ଏୟାର୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ

ବିମାନକୁ ସୁରକ୍ଷିତ ଭାବରେ ଟ୍ୟାକ୍ସିୱେ ପର୍ଯ୍ୟନ୍ତ ଆଣାଯାଇଛି ଓ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଓହ୍ଲାଯାଇଛି।

କେହି ଆହତ ହେବାର ଖବର ନାହିଁ। ଘଟଣା ପରେ ବିମାନକୁ

ତୁରନ୍ତ ଗ୍ରାଉଣ୍ଡ

କରାଯାଇଛି ଓ ତାହାର ଟେକ୍ନିକାଲ ଯାଂଚ ଚାଲିଛି। ଏୟାର୍ ଇଣ୍ଡିଆ କହିଛି ଯେ ଯାତ୍ରୀ ଓ କ୍ରୁ

ସଦସ୍ୟମାନଙ୍କର ସୁରକ୍ଷା ତାର ପ୍ରଥମ

ପ୍ରାଥମିକତା।

ଏୟାର୍ ଇଣ୍ଡିଆର ମୁଖପାତ୍ର

କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁ ଲ୍ୟାଣ୍ଡିଂ ପରେ ବିମାନ ରନୱେରୁ ଟିକେ ଖସିଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande